Categories: ଜାତୀୟ

ବିମାନବନ୍ଦରରେ ଏଣ୍ଟ୍ରି ନ ମିଳିବାରୁ ବନ୍ଦ କରିଦେଲେ ଜଳ ଯୋଗାଣ

ତିରୁପତି,୧୪।୧: ତିରୁପତି ବିମାନବନ୍ଦର ଓ ଷ୍ଟାଫ ରେସିଡେନିସିଆଲ କ୍ୱାଟର୍ସରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରେନିଗୁଣ୍ଟା ବିମାନ ବନ୍ଦର ମ୍ୟାନେଜର ସୁନିଲ ଓ ତିରୁପତି ଡେପୁଟି ମେୟର ଅଭିନୟ ରେଡ୍ଡୀ ମଧ୍ୟରେ ହୋଇଥିବା ଯୁକ୍ତିତର୍କ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିନୟ ରେଡ୍ଡୀ ହେଉଛନ୍ତି ଶାସକ ଓ୍ବାଇଏସ୍‌ଆରସିପି ଦଳର ଆନ୍ଧ୍ରପ୍ରଦେଶ ବିଧାୟକ ବି କରୁନାକର ରେଡ୍ଡିଙ୍କ ପୁଅ।

ଅଭିଯୋଗ ଅନୁଯାୟୀ, ବିମାନବନ୍ଦରରେ ଏଣ୍ଟ୍ରି କରାଇ ନ ଦେବାରୁ ଅଭିନୟ ରେଡ୍ଡୀ ଉତ୍ତ୍ୟକ୍ତ ହୋଇ ଜଳ ଯୋଗାଣ ବନ୍ଦ କରି ଦେଇଥିଲେ। ତେବେ ଏସମ୍ପର୍କରେ କୌଣସି ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ମିଳିପାରି ନାହିଁ।

କିଛି ଦିନ ତଳେ ଅଭିନୟ ଆନ୍ଧପ୍ରଦେଶ ମନ୍ତ୍ରୀ ବୋତ୍‌ସା ସତ୍ୟାନାରାୟଣଙ୍କୁ ସ୍ବାଗତ କରିବାକୁ ବିମାନ ବନ୍ଦର ଯାଇଥିଲେ। କିନ୍ତୁ ବିମାନବନ୍ଦର ତାଙ୍କୁ ଏଣ୍ଟ୍ରି କରାଇ ନ ଦେବାରୁ ଅଧିକାରୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାର ରାଗ ଶୁଯାଇବା ପାଇଁ ସେ ରେନିଗୁଣ୍ଟା ବିମାନବନ୍ଦର ଓ ଷ୍ଟାଫଙ୍କ କ୍ୱାଟର୍ସରେ ଜଳ ଯୋଗାଣ ବନ୍ଦ ହୋଇଯାଇଥିଲା। କିନ୍ତୁ ପାଇପ୍‌ଲାଇନରେ ବ୍ଲକେଜ କାରଣରୁ ଜଳ ଯୋଗାଣ ପ୍ରଭାବିତ ହୋଇଥିବା ମ୍ୟୁନିସିପାଲ ଅଧିକାରୀ କହିଛନ୍ତି।

ଏ ଘଟଣାର ତଦନ୍ତ ହେବ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରୀ ଓ ଷ୍ଟାଫଙ୍କୁ ବିମାନବନ୍ଦରରେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ବୋଲି ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟୁଇଟ୍‌ କରିଛନ୍ତି।

Share