Categories: ଫୁରସତ

ବଡ଼ ଝିଅର ଜୀବନ ବଞ୍ଚାଇବାକୁ ସାନକୁ ୧୦ ହଜାରରେ ବିକିଲେ ମା’ବାପା

ପ୍ରତ୍ୟେକ ମଣିଷ ପାଇଁ ତାର ସମସ୍ତ ସନ୍ତାନ ସମାନ ହୋଇଥାନ୍ତି। କିନ୍ତୁ ଦରିଦ୍ର ଆଗରେ ବ୍ୟକ୍ତି ଅସହାୟ ହୋଇପଡ଼ନ୍ତି। ଏମିତି କିଛି ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ନେଲ୍ଲୋରରେ। ଏକ ଦମ୍ପତ୍ତି ସେମାନଙ୍କର ବଡ଼ ବର୍ଷ (୧୬ ବର୍ଷ)ର ଚିକିତ୍ସା ପାଇଁ ସାନ ଝିଅ (୧୨ ବର୍ଷ)କୁ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି।
ଏହି ଦମ୍ପତି ଦିନ ମଜୁରୀଆ ଅଟନ୍ତି। ତାଙ୍କର ବଡ଼ ଝିଅ ଶ୍ୱାସ ରୋଗରେ ପୀଡିତ ଥିଲେ। ଝିଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିଲା। ତେଣୁ ଦମ୍ପତି କୌଣସି ଉପାୟ ନ ପାଇଁ ନିଜର ସାନ ଝିଅକୁ ମାତ୍ର ୧୦ ହଜାର ଟଙ୍କାରେ ଚିନ୍ନା ସୁବୈୟା ନାମକ ବ୍ୟକ୍ତିଙ୍କୁ ବିକ୍ରି କରିବାକୁ ବାଧ୍ୟ ହୋଇଥିଲେ। ପରେ ସୁବୈୟା ଉକ୍ତ ଝିଅକୁ ବିବାହ କରିଥିଲେ। ଏହା ଜଣାପଡ଼ିବା ପରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଅଧିକାରୀ ନାବାଳିକାକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛନ୍ତି।
ପୋଲିସର କହିବାନୁଯାୟୀ, ପାରିବାରିକ କଳହ ଯୋଗୁ ସୁବୈୟାଙ୍କୁ ତାଙ୍କ ସ୍ତ୍ରୀ ଛାଡି ଚାଲିଯାଇଥିଲେ। ଏହା ପରେ ପୀଡିତାଙ୍କ ମା’ବାପାଙ୍କୁ ସେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ସୁବୈୟା ଉକ୍ତ ନାବାଳିକାଙ୍କୁ କିଣିବା ପରେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ନେଇ ରଖିଥିଲେ। ପଡୋଶୀ ଉକ୍ତ ନାବାଳିକାଙ୍କ କାନ୍ଦ ଶୁଣି ସ୍ଥାନୀୟ ସରପଞ୍ଚକୁ ଜଣାଇଥିଲେ। ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ ସୁବୈୟାଙ୍କ ବିରୋଧରେ ମାମଲା ରୁଜୁକରି ପଚରାଉଚରା ଚଳାଇଛି।

Share