Categories: ଜାତୀୟ

ଅବତରଣବେଳେ ବିଦ୍ୟୁତ୍‌ ଖୁଣ୍ଟ ସହ ଧକ୍କା ହେଲା ଏୟାର ଇଣ୍ଡିଆ ବିମାନ

ବିଜୟୱାଡା,୨୦।୨: ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ହୋଇଛି। ୬୪ ଜଣ ଯାତ୍ରୀଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିଦ୍ୟୁତ ଖୁଣ୍ଟ ସହ ଧକ୍କା ହୋଇଛି। ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗନ୍ନଭରମର ବିଜୟୱାଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଏକ ଖଣ୍ଟ ସହ ଧକ୍କା ହୋଇଥିଲାା। ବିମାନ ବନ୍ଦର ନିର୍ଦ୍ଦେଶକ ଜି ମଧୁସୂଦନ ରାଓ କହିଛନ୍ତି ଯେ, ବିମାନରେ ଥିବା ସମସ୍ତ ୬୪ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ଏହି ବିମାନ ଦୋହାରୁ ଆସୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା।

Share