ନୂଆଦିଲ୍ଲୀ,୪।୬: ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ,ନିର୍ବାଚନ କମିଶନ କହିଛନ୍ତି, ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନରେଏନଡିଏ ସହଯୋଗୀ ଦଳମାନେ ବହୁ ଆଗରେ ରହିଛନ୍ତି।ଏହିସବୁ ସହଯୋଗୀ ଦଳ ମଧ୍ୟରୁ ଟିଡିପି, ଭାଜପା ଓ ଜନସେନା ଉତ୍ସବ ମୁଡରେ ଅଛନ୍ତି।
ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଜୁନ ୪ରୁ ଆରମ୍ଭ ହୋଇଥିଲା। ସକାଳ ୧୧ଟା ସମୟରେ ଉପଲବ୍ଧ ECI ତଥ୍ୟ ଅନୁଯାୟୀ, ଟିଡିପି ୧୩୩ ବିଧାନସଭା ନିର୍ବାଚନମଣ୍ଡଳୀ (ଏସି) ଏବଂ ଏହାର ସହଯୋଗୀ ଜେଏସପି ଏବଂ ଭାଜପା ୨୦ ଏବଂ ୭ଟି ଆସନରେ ଆଗୁଆ ରହିଛି। YSRCP ଏହାର ପ୍ରତିପକ୍ଷଙ୍କ ପଛରେ ରହିଛି, ମାତ୍ର ୧୫ ଟି ଆସନରେ ଦଳ ଆଗୁଆ ରହିଛି।