Categories: ଜାତୀୟ

ଡିଏସ୍‌ପି ଝିଅକୁ ସାଲ୍ୟୁଟ କଲେ ଇନ୍ସପେକ୍ଟର ପିତା

ହାଇଦ୍ରାବାଦ, ୫।୧: ଆନ୍ଧ୍ରପ୍ରଦେଶ ପୋଲିସ ପକ୍ଷରୁ ରବିବାର ଟ୍ବିଟରରେ ଏକ ଫଟୋ ଶେୟାର କରାଯାଇଛି, ଯାହା ଏବେ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ବାପା ତାଙ୍କର ଅଫିସର ଝିଅକୁ ସାଲ୍ୟୁଟ କରୁଥିବାର ଦେଖିବାକୁ ମିଳୁଛି। ଏହି ସୁନ୍ଦର ଦୃଶ୍ୟ ଆନ୍ଧ୍ରପ୍ରଦେଶର ପ୍ରଥମ ଡ୍ୟୁଟି ମିଟ୍‌ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ଇନ୍ସପେକ୍ଟର ବାପା ତାଙ୍କର ଡିଏସ୍‌ପି ଝିଅକୁ ସାଲ୍ୟୁଟ୍‌ କରୁଛନ୍ତି। ଆଇପିଏସ୍‌ ଅଫିସର ଆର୍‌ କେ ଭିଜ ଏହାକୁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି।
ରାଜ୍ୟ ପୋଲିସ ବିଭାଗ ଦ୍ୱାରା ଆୟୋଜିତ ପ୍ରଥମ ଡ୍ୟୁଟି ମିଟ୍‌ କାର୍ଯ୍ୟକ୍ରମରେ ସର୍କଲ ଇନ୍ସପେକ୍ଟର ଓ୍ବାଇ ଶ୍ୟାମସୁନ୍ଦର ନିଜ ଝିଅ ୟେନ୍ଦଲୁରୁଜେସି ପ୍ରଶାନ୍ତିଙ୍କୁ ଅଭିବାଦନ ଜଣାଇଥିଲେ। ଯିଏକି ଏବେ ଗୁଣ୍ଟୁର ଜିଲାର ଟେପୁଟି ସୁପରିଟେଣ୍ଡେଣ୍ଟ (ଡିଏସ୍‌ପି) ଭାବରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ପ୍ରଶାନ୍ତି ମଧ୍ୟ ତାଙ୍କ ପିତାଙ୍କୁ ଅଭିବାଦନ ଜଣାଇଥିଲେ।
ଏହି ଘଟଣାକୁ ତିରୁପତି ଏସ୍‌ପି ରମେଶ ରେଡ୍ଡି ପ୍ରଶଂସା କରିଥିଲେ। ଆଇପିଏସ୍‌ ଅଫିସର ଦୀପାଂଶୁ କାବରା ଏହି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Share