କୋଟିଆରେ ପୁଣି ଜମିପଟ୍ଟା ବାଣ୍ଟିଲା ଆନ୍ଧ୍ର

ପଟ୍ଟାଙ୍ଗୀ,୬।୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜନୈତିକ ଦଳଗୁଡିକ ବ୍ୟସ୍ତ ଥିବା ବେଳେ ଏହାର ସୁଯୋଗ ନେଇ ଆନ୍ଧ୍ର ପଟ୍ଟାଙ୍ଗୀ ବ୍ଲକର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ଶନିବାର ଜମିପଟ୍ଟା ବଣ୍ଟନ କରିଛି। ପଞ୍ଚାୟତର ଧୂଳିପଦର ଗ୍ରାମରେ ଏକ ବୈଠକ କରି ତଳଗଞ୍ଜେଇ ପଦର ଗ୍ରାମର ଦାୟିତ୍ୱରେ ଥିବା ଭିଆରଓ ସରୋଜିନୀଙ୍କ ନେତୃତ୍ୱରେ ୪୫୨ ଜଣଙ୍କୁ ଜମିପଟ୍ଟାର ପାସବୁକ୍‌ ପ୍ରଦାନ କରିଛି। ପୂର୍ବତନ ସରପଞ୍ଚ ବିଶୁ ଗେମେଲଙ୍କ ସମେତ ଆନ୍ଧ୍ରକୁ ସହଯୋଗ କରୁଥିବା ଅନ୍ୟମାନେ ଏହି ସମୟରେ ଉପସ୍ଥିତ ଥିଲେ। ଆଗାମୀ ଦିନରେ କୋଟିଆ ପଞ୍ଚାୟତର ୫୩୧ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରିବାକୁ ଆନ୍ଧ୍ର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

Share