Categories: ଜାତୀୟ

ପାଳିତ ଚିତାବାଘକୁ ଛାଡ଼ି ଭାରତ ଆସିବାକୁ ଚାହୁନାହାନ୍ତି ଡାକ୍ତର

ବିଜୟଓ୍ବାଡ଼ା,୭।୩: ୟୁକ୍ରେନ୍‌ର ଯୁଦ୍ଧ ବିଭିଷିକାରୁ ବର୍ତ୍ତିବା ପାଇଁ ଫସି ରହିଥିବା ଭାରତୀୟ ନିଜ ଦେଶକୁ ଫେରିବା ଆକୁଳ ନିବେଦନ କରୁଥିବା ବେଳେ କେତେଜଣ ଛାତ୍ରୀଛାତ୍ର ସେମାନଙ୍କ ପୋଷା କୁକୁର ବିରାଡ଼ି ସହ ଫେରୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥତିରେ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ଠାରୁ ୮୫୦ କି.ମି ଦୂର ଡୋନବାସ୍‌ରେ ରହୁଥିବା ଆନ୍ଧ୍ରପ୍ରଦେଶ ଗୋଦାବରୀ ଜିଲାର ଡ. କୁମାର ବନ୍ଦି ୟୁକ୍ରେନ ଛାଡ଼ିବାକୁ ବର୍ତ୍ତମାନ ରାଜି ନୁହନ୍ତି। ସେ ନିଜ ଘରେ ଏକ ବଙ୍କର ମଧ୍ୟରେ ରହିବାକୁ ଚାହୁଥିବା କହିଛନ୍ତି। କାରଣ ସେ ଘରେ ଗୋଟିଏ ଚିତାବାଘ ଏବଂ ଗୋଟିଏ କଳା ପାନ୍ଥର ପାଳିଛନ୍ତି। ସେ ପାଳିତ ବନ୍ୟଯନ୍ତୁଙ୍କୁ ଅନ୍ୟ ପାଖରେ ଛାଡି ଭାରତ ଚାଲିଆସିବାକୁ ସେ ରାଜି ନ ଥିବା ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷେ ସେ ଭାରତୀୟ ଛାତ୍ରୀଛାତ୍ରଙ୍କୁ ନିରାପଦରେ ସୀମାରେ ପହଞ୍ଚାଇବାରେ ସାହାଯ୍ୟ କରୁଛନ୍ତି। ଏପରିକି ୟୁକ୍ରେନ୍‌- ରୁଷିଆ ଯୁଦ୍ଧ ମଧ୍ୟରେ ସେ ତାଙ୍କ ପୋଷା ଚିତାବାଘ ସହ ବଙ୍କର ମଧ୍ୟରେ ଆଶ୍ରୟ ନେଇଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

Share