Posted inଜାତୀୟ

ଆନ୍ଧ୍ରପ୍ରଦେଶ ସରକାରଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ ଧର୍ମର ସୁରକ୍ଷା ଲାଗି ନିର୍ମାଣ ହେବ ୩,୦୦୦ ମନ୍ଦିର

ହାଇଦ୍ରାବାଦ,୧।୩: ଆନ୍ଧ୍ରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପ୍ରତିଟି ଜିଲାରେ ମନ୍ଦିର ଥିବା ନିଶ୍ଚିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ରାଜ୍ୟରେ ୩ ହଜାର ମନ୍ଦିର ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ଜଗନ୍‌ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମ ସୁରକ୍ଷା ତଥା ପ୍ରଚାର ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଡେପୁଟି ସିଏମ୍‌ କୋଟୁ ସତ୍ୟନାରାୟଣ କହିଛନ୍ତି।

ତିରୁମାଲା ତିରୁପତି ଦେବସ୍ତାନମ୍‌ର ଶ୍ରୀ ବାଣୀ ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଆବଣ୍ଟନ କରିଛନ୍ତି। ୧,୩୩୦ ମନ୍ଦିର ନିର୍ମାଣ ଆରମ୍ଭ ସହିତ, ଏହି ତାଲିକାରେ ଆଉ ୧,୪୬୫କୁ ଯୋଡ଼ା ଯାଇଛି। ସେହିଭଳି କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଆହୁରି ୨୦୦ଟି ନିର୍ମାଣ କରାଯିବ। ଅବଶିଷ୍ଟ ମନ୍ଦିର ନିର୍ମାଣ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନର ସହଯୋଗରେ କରାଯିବ ବୋଲି ସତ୍ୟନାରାୟଣ କହିଛନ୍ତି। ଏଣ୍ଡୋମେଣ୍ଟସ ବିଭାଗର ତତ୍ତ୍ୱାବଧାନରେ ୯୭୮ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ପ୍ରତି ୨୫ ମନ୍ଦିରର କାର୍ଯ୍ୟ ସହକାରୀ ଇଞ୍ଜିନିନିୟରଙ୍କୁ ଦିଆଯାଇଥିବା ସେ ମଧ୍ୟ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିନ୍ଦେଙ୍କ ଚକ୍ରବ୍ୟୁହରେ ଫସିଗଲେ ଅଜିତ ପାଓ୍ବାର, ଏବେ କରିବେ କ’ଣ…

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ପଦବୀ ଦୌଡ଼ରୁ ନିଜକୁ ଦୂରେଇ ରଖି ଭାଜପା ପାଇଁ ରାସ୍ତା ସଫା କରିଛନ୍ତି। ସେ ଭାଜପାକୁ ତାଙ୍କ ବଡ଼...

ପ୍ରତି ୫ରେ ଜଣେ ନାବାଳିକା ବାଲ୍ୟବିବାହର ଶିକାର

ନୂଆଦିଲ୍ଲୀ,୨୮ା୧୧: ଗତ ବର୍ଷକ ମଧ୍ୟରେ ଦେଶରେ ପ୍ରାୟ ୨ ଲକ୍ଷ ବାଲ୍ୟବିବାହକୁ ରୋକାଯାଇଛି। ଏହାସତ୍ତ୍ୱେ ପ୍ରତି ୫ ଜଣରେ ଜଣେ ଝିଅ ବିବାହ ବୟସ ୧୮...

ପ୍ରେମିକାଙ୍କୁ ହତ୍ୟା କରି ୫୦ ଖଣ୍ଡ କଲେ ପ୍ରେମିକ: ଭୁଲ୍‌ ଥିଲା ଏମିତି…

ରାଞ୍ଚତ୍, ୨୮।୧୧ (ପି.ଟି.):ଝାଡ଼ଖଣ୍ଡ ଖୁଣ୍ଟି ଜିଲାର ଉପାନ୍ତ ଅଞ୍ଚଳରୁ ବୁଧବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍‌ନାକୁ ଆସିଛି। କଂସେଇ ଭାବେ କାର୍ଯ୍ୟ କରୁଥିବା ନରେଶ ଭେଙ୍ଗରା...

ଆଜି ଶପଥ ନେବେ ହେମନ୍ତ ସୋରେନ୍‌: ସୁରକ୍ଷା କଡ଼ାକଡ଼ି

ରାଞ୍ଚତ୍, ୨୮ା୧୧:ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଗୁରୁବାର ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହାପୂର୍ବରୁ ସେ ବୁଧବାର ରାଞ୍ଚତ୍ସ୍ଥିତ ମୋରହାବାଦି ମୈଦାନରେ ନୂଆ...

ସଂସଦରେ ଏକସଙ୍ଗେ ୩ ଗାନ୍ଧୀ

ନୂଆଦିଲ୍ଲୀ,୨୮ା୧୧: କେରଳର ଓ୍ବାୟନାଡ୍‌ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକ ସଭା ସଦସ୍ୟା ଭାବେ ଶପଥ ନେବାକୁ...

ସଂରକ୍ଷଣ ପାଇଁ ଧର୍ମ ପରିବର୍ତ୍ତନ ସମ୍ବିଧାନ ସହ ବିଶ୍ୱାସଘାତ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୧୧(ପି.ଟି.):କୌଣସି ଧର୍ମ ପ୍ରତି ଆସ୍ଥା ନ ଥାଇ କେବଳ ସଂରକ୍ଷଣ ସୁବିଧା ହାସଲ ପାଇଁ ଧର୍ମ ପରିବର୍ତ୍ତନ କରିବା ସମ୍ବିଧାନ ସହ ବିଶ୍ୱାସଘାତ ବୋଲି ବୁଧବାର...

ଭୁଲ ବାଟ ଦେଖାଇଲା ଗୁଗୁଲ ମ୍ୟାପ୍‌, ବ୍ରିଜ୍‌ରୁ ଖସି ୩ ଜଣଙ୍କର ଗଲା ଜୀବନ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ବରେଲି,୨୭।୧୧: ଗୁଗୁଲ ମ୍ୟାପ୍‌ ଦେଖି ଯାଉଥିବା ବେଳେ ଏକ ଅସମ୍ପୂର୍ଣ୍ଣ ବ୍ରିଜ୍‌ରୁ ଖସି ୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଘଟିଥିବା ସୂଚନା...

‘ମୋତେ ପ୍ରଧାନମନ୍ତ୍ରୀ ମୋଦି ଫୋନ୍‌ କରିଥିଲେ, ମୁଁ ତାଙ୍କୁ କହିଲି…’

ମୁମ୍ବାଇ,୨୭।୧୧: ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଶିବସେନା (ଶିନ୍ଦେ ଦଳ) ମୁଖ୍ୟ ଏକନାଥ ଶିନ୍ଦେ ବୁଧବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri