କୋଟିଆରେ ‘ଗୁଲାବ’ କ୍ଷୟକ୍ଷତି ତଥ୍ୟ ସଂଗ୍ରହ କଲା ଆନ୍ଧ୍ର ପୋଲିସ

ପଟ୍ଟାଙ୍ଗୀ, ୨୯।୯(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ରାଜ୍ୟ ସୀମାକୁ ଲାଗି ରହିଥିବା କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାତ୍ୟା ଗୁଲାବ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି। କ୍ଷତିଗ୍ରସ୍ତଙ୍କ ନିକଟରେ ଆନ୍ଧ୍ର ପୋଲିସ ପହଞ୍ଚତ୍ଛି। ସେମାନେ କ୍ଷୟକ୍ଷତିର ଆକଳନ କରି ଏକ ରିପୋର୍ଟ ସାଲୁର ତହସିଲଦାରଙ୍କୁ ପ୍ରଦାନ କରିଥିବା ଜଣାପଡିଛି।
ସୂଚନାନୁଯାୟୀ କୋଟିଆ ପଞ୍ଚାୟତ ପାଇଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ପୋଲିସ ରୋହୀନି ପାଥି ଏବଂ ଅନ୍ୟ କର୍ମଚାରୀ ନେରିଡିବାଲସା, ତାଡିବାଲସା, ଆରଜୁବାଲସା, ଉପରସେମ୍ବି, ତଳସେମ୍ବି ଗ୍ରାମରେ ପହଞ୍ଚତ୍ ଥିଲେ। ସେମାନେ ବାତ୍ୟାରେ ଭାଙ୍ଗି ଯାଇଥିବା ଘର ଏବଂ ନଷ୍ଟ ହୋଇ ଯାଇଥିବା ଫସଲ ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରି ଏକ ରିପୋର୍ଟ ସାଲୁର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇ ଫେରିଥିବା ଜଣାପଡିଛି। କୋରାପୁଟ ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ପଟ୍ଟାଙ୍ଗୀ ବ୍ଲକ ଏବଂ ତହସିଲ କର୍ମଚାରୀ ପହଞ୍ଚତ୍ ମଧ୍ୟ ଘଟଣାସ୍ଥଳରେ କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି।

Share