ଓଡ଼ିଶା ନାମଫଳକକୁ ଲିଭାଇ ଦେଲା ଆନ୍ଧ୍ର

ପଟ୍ଟାଙ୍ଗୀ,୨୯ା୯(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଦ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ତେବେ ଏହି ବିବାଦକୁ ବେଶି ବଢ଼ାଉଛି ଆନ୍ଧ୍ର। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ ନ କରି ଆନ୍ଧ୍ର କୋଟିଆରେ ଅନୁପ୍ରବେଶ କରି ନିଜ କାର୍ଯ୍ୟକ୍ରମ ଜାରି ରଖିଛି। କୋଟିଆରେ ପୂର୍ବରୁ ଓଡ଼ିଶା ପକ୍ଷରୁ କୋରାପୁଟ ଜିଲା ପ୍ରଶାସନ ନାମଫଳକ ଲଗାଇଥିଲା। ସୋମବାର ଆନ୍ଧ୍ର କୋଟିଆର ପ୍ରତି ଗ୍ରାମରେ ନିଜର ନାମଫଳକ ଲଗାଇଥିଲା। ତେବେ ଏହି ସମୟରେ ଆନ୍ଧ୍ର ଓଡ଼ିଶା ପକ୍ଷରୁ ନେରେଡିବାଲାସା ଗ୍ରାମରେ ମରାଯାଇଥିବା ନାମଫଳକୁ ଆନ୍ଧ୍ରର ଅଧିକାରୀମାନେ ଲିଭାଇ ଦେଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ରର ଏପରି କାର୍ଯ୍ୟକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଉତ୍କଳ ସମ୍ମିଳନୀର ପଟ୍ଟାଙ୍ଗୀ ବ୍ଲକ ସଭାପତି ଶରତ ଧଳଙ୍କ ସମେତ ଅନ୍ୟମାନେ ଏହାକୁ ନିନ୍ଦା କରି ଓଡିଶା ସରକାରଙ୍କ ପକ୍ଷରୁ କୋଟିଆରେ ହୋଇଥିବା ଉନ୍ନୟନମୂଳକ କାର୍ଯ୍ୟକୁ ଆନ୍ଧ୍ର ସହ୍ୟ କରି ପାରୁ ନ ଥିବା ପ୍ରକାଶ କରିଛନ୍ତି। କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଏ ଦିଗରେ କଡା ପଦକ୍ଷେପ ନେବାକୁ ଦାବି ହେଉଛି। ସୂଚନାଯୋଗ୍ୟ, ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟର ଆଶ୍ରୟ ନେଇଥିଲେ। ନିକଟରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ ରାଜ୍ୟର ରାଜନୈତିକ ସ୍ତରରେ ସମସ୍ୟା ଆଲୋଚନା କରି ସମାଧାନର ବାଟ ୬ ସପ୍ତାହ ମଧ୍ୟରେ ବାହାର କରିବାକୁ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସତ୍ୱେ ଆନ୍ଧ୍ର ଏହାକୁ ଅଣଦେଖା କରି ଓଡ଼ିଶାର କୋଟିଆ ପଞ୍ଚାୟତରେ ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଆଣିବାକୁ ତୋଟାକୁ ଯାଇଥିଲେ, ଶୁଣ୍ଢରେ ଟେକି ଗଛରେ ପିଟିଦେଲା ଦନ୍ତା; ଚାଲିଗଲା ଜୀବନ

ବନ୍ତଳା୧୭।୪ (ଶୁସିତ କୁମାର ସାହୁ):  ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ...

“ଟଙ୍କା ନଷ୍ଟ କରିବାକୁ ଚାହୁଁନାହିଁ”: କ୍ୟାନସରେ ପୀଡିତ ବ୍ୟକ୍ତି ସ୍ତ୍ରୀ’ଙ୍କୁ ହତ୍ୟା କରି ନିଜେ କଲେ ଆତ୍ମହତ୍ୟା

ଗାଜିଆବାଦ, ୧୭ା୪: ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଜଣେ ରିଅଲ୍ ଇଷ୍ଟେଟ୍ ଡିଲର ବୁଧବାର ତାଙ୍କ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ରାଜ୍ୟ ଟ୍ରାଫିକ ଓ ସଡକ ସୁରକ୍ଷା ବିଭାଗରେ ୨ ହଜାର ନୂତନ ପଦବୀ ସୃଷ୍ଟି

ଭୁବନେଶ୍ୱର,୧୭।୫: ରାଜ୍ୟରେ ଟ୍ରାଫିକ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ ଶାଖାରେ ୨...

ପିସିସିଏଫ୍‌ଙ୍କ ଉପସ୍ଥିତିରେ ସାତକୋଶିଆ ଗଣ୍ଡରେ ଛଡ଼ାଗଲା ୭ ଘଡ଼ିଆଳ କୁମ୍ଭୀର

ଅନୁଗୋଳ ଅଫିସ,୧୭।୪(ମାନସ ବିଶ୍ୱାଳ)- ଅନୁଗୋଳ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନାଖଣିଆ ଘାଟଠାରେ ନନ୍ଦନକାନନରୁ ଅଣାଯାଇଥିବା ୫ ଘଡ଼ିଆଳ ଓ ସାତକୋଶିଆ ଟିକରପଡ଼ା ଚିଡ଼ିଆଖାନାରୁ ଆସିଥିବା...

ପୈତୃକ ଗ୍ରାମରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନୂଆଗାଁ ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୈତୃକ ଗ୍ରାମ। ତେଣୁ ଗୁରୁବାର ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ...

ଲେଙ୍ଗୁ ମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ପୁଣି ମାପଚୁପ

ବରଗଡ,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଅଭିଯାନ ପୁଣି ଆରମ୍ଭ ହୋଇଛି। ଏହି କ୍ରମରେ ଆଜିଠାରୁ...

ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି ଜରୁରୀ ମେଡିଶିନ, ନିରାଶ ହୋଇ ଫେରୁଛନ୍ତି…

ଗଞ୍ଜାମ,୧୭।୪(ବିଦ୍ୟାଧର ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ମେଡିକାଲ ଗୁଡିକୁ ମାଗଣା ଔଷଧ ପ୍ରଦାନ କରାଯାଉଛି । କିନ୍ତୁ ଗଞ୍ଜାମ ସ୍ବାସ୍ଥ୍ୟକେନ୍ଦ୍ରରେ ଉଚ୍ଚ ରକ୍ତଚାପ (ବ୍ଲଡ଼...

Love Marriage: କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ମାତାପିତାଙ୍କ ଇଚ୍ଛା ବିରୋଧରେ ବିବାହ କଲେ ମିଳିବନି ପୋଲିସ ସୁରକ୍ଷା

ନୂଆଦିଲ୍ଲୀ,୧୭।୪: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ ଯେଉଁ ପ୍ରେମୀଯୁଗଳମାନେ ନିଜ ଇଚ୍ଛାରେ ମାତାପିତାଙ୍କ ଅନୁମତି ବିନା ବିବାହ କରନ୍ତି, ସେମାନଙ୍କୁ ଆଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image