Categories: ଜାତୀୟ

ବିବାହ ସମାରୋହକୁ ଯାଉଥିବାବେଳେ ଅଘଟଣ: ଚାଲିଗଲା ୭ ଜୀବନ

ଅମରାବତୀ,୧୧।୭: ଆନ୍ଧ୍ରପ୍ରଦେଶର ପ୍ରକାଶ ଜିଲାରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବିବାହ ସମାରୋହକୁ ଯାଉଥିବା ଏକ ଭୋର ସମୟରେ ଏକ କେନାଲକୁ ଖସିପଡିଥିଲା। ଏହି ଘଟଣାରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବାନୁସାରେ, ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ କାର୍ଯ୍ୟାଳୟରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଘଟଣାରେ ଦୁଃଖ ପ୍ରକାଶ କରାଯାଇଛି। ଆହତମାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Share