Categories: ଜାତୀୟ

ଗୋଟିଏ ଦିନ ପାଇଁ ଜିଲାପାଳ ଆସନରେ ବସିଲେ ଆନ୍ଧ୍ରପ୍ରଦେଶର ଦ୍ୱାଦଶ ଶ୍ରେଣୀ ଛାତ୍ରୀ

ଅମରାବତୀ,୧୨ ।୧୦: ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ଗନ୍ଧମ ଚନ୍ଦ୍ରଦୁ ରାଜ୍ୟରେ ଏହା ପ୍ରଥମ କରି ଆରମ୍ଭ କରିଛନ୍ତି । ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ନିର୍ବାଚନ ଡ୍ର ମାଧ୍ୟମରେ ଚୟନ କରାଯାଇ ଏମିତି ଭାବେ ଗୋଟିଏ ଦିନ ପାଇଁ ଜିଲାପାଳ ଆସନରେ ବସାଯାଇଛି । କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଏମ୍‌. ଶ୍ରାବଣିଙ୍କୁ ପ୍ରଥମ କରି ଏହି ଗୌରବ ମିଳିଛି । ତାଙ୍କ ପିତା ଜଣେ କୃଷକ ହୋଇଥିବା ବେଳେ ତାଙ୍କୁ ଗୋଟିଏ ଦିନ ପାଇର୍ଁ ହେଉ ପଛେ ଏହି ପଦବି ମିଳିଥିବାରୁ ସେ ଖୁବ୍ ଖୁସି ବୋଲି କହିଛନ୍ତି । ଗୋଟିଏ ଦିନରେ ସେ ରାଜ୍ୟପାଳଙ୍କ ପାଇଁ ଉଦ୍ଦିଷ୍ଟ ଥିବା କାମ ମଧ୍ୟ କରିଛନ୍ତି । ଏହାକୁ ନେଇ ଜିଲାପାଳ ଗନ୍ଧମ ଚନ୍ଦ୍ରଦୁ କହିଛନ୍ତି ଏମିତି କଲେ ପିଲାମାନଙ୍କ ମଧ୍ୟରେ ପାଠ ପଢିବା ଓ ପାଠପଢି କିଛି ଗୁରୁତ୍ୱପୂର୍ଣ୍ଣ ଚୌକିର ଭାର ସମ୍ମାଳିବାକୁ ଇଚ୍ଛା ପ୍ରକାଶ ପାଇବ ।

Share