Categories: ଜାତୀୟ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସ୍ବାମୀ ପ୍ରେମାନନ୍ଦ ଗିରଫ

ହାଇଦ୍ରାବାଦ,୨୧।୬: ବିଶାଖାପାଟଣାର ଜ୍ଞାନନନ୍ଦ ଆଶ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯାଗରେ ଆଶ୍ରମର ସାଧୁ ସ୍ବାମୀ ପ୍ରେମାନନ୍ଦ (୬୪)ଙ୍କୁ ପୋଲିସ ଗିରଫ କରିଛି। ନାବାଳିକା ଜଣକ ଆଶ୍ରମରୁ ଲୁଚି ଟ୍ରେନ୍‌ରେ ବିଜୟଓ୍ବାଡା ଯାଇ ଦିଶା ଥାନାରେ ସାଧୁଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଭାଇଜାଗ ପୋଲିସ ସ୍ବାମୀ ପୂର୍ଣ୍ଣ ନନ୍ଦ ଓରଫ୍‌ ସ୍ବାମୀ ପ୍ରେମାନନ୍ଦଙ୍କୁ ଗିରଫ କରିଥିଲା। ଜ୍ଞାନନନ୍ଦ ଆଶ୍ରମରେ ଅନାଥ ପିଲା ରହିବା ସହ ଏଠାରେ ଏକ ବୃଦ୍ଧାଶ୍ରମ ମଧ୍ୟ ରହିଛି। ପୀଡ଼ିତା ନାବାଳିକା ଯେତେବେଳେ ଛୋଟଥିଲେ ତାଙ୍କ ମା’ ବାପାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ଆଈ ନାବାଳିକାଙ୍କୁ ଜ୍ଞାନନନ୍ଦ ଆଶ୍ରମରେ ଛାଡ଼ି ଥିଲେ। ଗତ ୧୩ ତାରିଖରେ ନାବାଳିକା ଜଣକ ଆଶ୍ରମରୁ କୌଣସି ଆଡ଼େ ଚାଲିଯାଇଥିବାବେଳେ ୧୫ରେ ଏ ନେଇ ଆଶ୍ରମ ପକ୍ଷରୁ ଭାଇଜାଗ ଥାନାରେ ଅଭିଯୋଗ କରାଯାଇଥିଲା। ବର୍ଷକରୁ ଅଧିକ ଦିନ ଧରି ସ୍ବାମୀ ପ୍ରେମାନନ୍ଦ ନାବାଳିକାଙ୍କୁ ଆଶ୍ରମରେ ବନ୍ଧକ ବନେଇ ରଖିଥିବା ଭାଇଜାଗ ଅତିରିକ୍ତ ପୋଲିସ କମିଶନର ବିବେକାନନ୍ଦ କହିଛନ୍ତି। ପୂର୍ବରୁ ୨୦୧୨ରେ ୧୩ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସ୍ବାମୀ ପ୍ରେମାନନ୍ଦଙ୍କୁ ଭାଇଜାଗ ପୋଲିସ ଗିରଫ କରିଥିଲା।

Share