ନୂଆଦିଲ୍ଲୀ,୮ା୧: ବୁଧବାର ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ୱାର ଦର୍ଶନ ଟିକେଟ୍ କେନ୍ଦ୍ର ନିକଟରେ ଦଳାଚକଟା ଘଟି ୬ ଜଣ ମୃତ୍ୟୁ ବରଣ କରିଛନ୍ତି। ଖବର ଅନୁସାରେ ସକାଳ ସମୟରେ ହଜାର ହଜାର ଭକ୍ତ ତିରୁପତିଙ୍କ ବିଭିନ୍ନ ଟିକେଟ୍ କେନ୍ଦ୍ରରେ ଧାଡ଼ିରେ ଠିଆ ହୋଇଥିଲେ। ଯେତେବେଳେ ଭକ୍ତମାନଙ୍କୁ ବୈରାଗୀ ପଟିଡା ପାର୍କରେ ଧାଡି କରିବାକୁ ଅନୁମତି ଦିଆଯାଇଥିଲା ସେତେବେଳେ ଏହି ଘଟଣା ଘଟିଥିଲା।
ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଯୋଗୁ ଦଳାଚକଟା ହୋଇଥିଲା, ଯେଉଁଥିରେ ୬ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିଲା।
ପରିସ୍ଥିତି ବିଗିଡିବା ଦେଖି ତିରୁପତି ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। କୁହାଯାଉଛି ଯେ ପ୍ରାୟ ୪୦୦୦ ଲୋକ ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିଲେ। ମନ୍ଦିର କମିଟିର ଅଧ୍ୟକ୍ଷ ବି.ଆର ନାଇଡୁ ପରିସ୍ଥିତି ସମ୍ପର୍କରେ ଏକ ଜରୁରୀ ବୈଠକ କରୁଛନ୍ତି। ବୈଠକ ପରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରିବେ।
#WATCH | Andhra Pradesh: Four people died in a stampede that occurred at Vishnu Nivasam in Tirupati during the distribution of Vaikunta Dwara Sarva Darshan tokens.
CM N Chandrababu Naidu spoke to officials over the phone about the treatment being provided to the injured in the… pic.twitter.com/655uJ7NEiK
— ANI (@ANI) January 8, 2025
#WATCH | Andhra Pradesh: A stampede-like situation occurred at Vishnu Nivasam in Tirupati during the distribution of Vaikunta Dwara Sarva Darshan tokens. More details awaited. pic.twitter.com/vhoEYGLW2U
— ANI (@ANI) January 8, 2025