Categories: ଜାତୀୟ

୧୮ ସେକେଣ୍ଡରେ ପାଇ’ର ମୂଲ୍ୟ ଦଶମିକ ପରେ ୧୦୦ ସଂଖ୍ୟା ପର୍ଯ୍ୟନ୍ତ କହି ରେକର୍ଡ କଲେ ୫ ବର୍ଷୀୟା ଝିଅ

ବିଜୟଓ୍ବାଡା,୧୪।୧: ଗଣିତ ସମ୍ପର୍କରେ ସାଧାରଣ ଜ୍ଞାନ ଥିବା ବ୍ୟକ୍ତିଙ୍କୁ ଯଦି ପାଇ(π)ର ମୂଲ୍ୟ ପଚରାଯାଏ, ତେବେ ସେ ୩.୧୪ ବୋଲି କହିବେ। କାରଣ ଗଣିତରେ ଏତିକି ହିଁ ଆବଶ୍ୟକ ପଡ଼ିଥାଏ। କିନ୍ତୁ ଦଶମିକ ପରେ ୧୦୦ ସଂଖ୍ୟା ପର୍ଯ୍ୟନ୍ତ ମନେ ପକେଇବା, ତାହା ପୁଣି ୧୮.୧ ସେକେଣ୍ଡରେ । ନିଶ୍ଚିତ ଏକ ବିରଳ ପ୍ରତିଭାର ଅଧିକାରୀଙ୍କ ଦ୍ୱାରା ହିଁ ସମ୍ଭବ। ଏହା କରି ଦେଖାଇଛନ୍ତି ଆନ୍ଧ୍ରପ୍ରଦେଶର ଜଣେ ୫ ବର୍ଷୀୟା ୟୁକେଜି ଛାତ୍ରୀ ଅଭିଗ୍ନା।

ଅଭିଗ୍ନା ତ୍ରିପୁରାନେନି ଦ୍ରୁତତମ୍‌ ବାଳିକା ଭାବେ ପାଇ’ର ୧୦୦ତମ ମୂଲ୍ୟ ପର୍ଯ୍ୟନ୍ତ ମନେ ପକାଇ ଚାମ୍ପିୟନ୍ସ ବୁକ୍‌ ଅଫ ଓ୍ବାଲର୍‌ଡ ରେକର୍ଡ (ସିବିଡବ୍ଲ୍ୟୁଆର) ଓ ଇଣ୍ଡିଆନ୍‌ ବୁକ୍‌ ଅଫ୍‌ ରେକଡର୍‌ସ(ଆଇବିଆର) ରେ ସ୍ଥାନ ପାଇଛନ୍ତି। ପୂର୍ବରୁ ଆଇବିଆରରେ ଅଭିଗ୍ନାଙ୍କ ରେକର୍ଡ ଥିଲା ୧୯.୪ ସେକେଣ୍ଡ। ସେ ନିଜ ରେକର୍ଡକୁ ସିବିଡବ୍ଲ୍ୟୁଆରରେ ଭଙ୍ଗ କରିଛନ୍ତି। ଉଭୟ ସଂଗଠନର ରେକର୍ଡ ବୁକ୍‌ରେ ସର୍ବକନିଷ୍ଠ ଓ ଦ୍ରୁତତମ ମାନ୍ୟତା ପାଇଛନ୍ତି ଅଭିଗନା। ତାଙ୍କ ବାପା ସତୀଶ ଚନ୍ଦ୍ର ଓ ମା’ ଚାମୁଣ୍ଡେଶ୍ୱରୀ । ଉଭୟ ପେସାରେ ଡାକ୍ତର।

Share