Categories: ଫୁରସତ

ବିଶ୍ୱର ସବୁଠୁ ଛୋଟ ୱାଶିଂ ମେଶିନ ତିଆରି କଲେ ଆନ୍ଧ୍ରପ୍ରଦେଶ ଯୁବକ: ସାରା ବିଶ୍ୱରେ ପ୍ରଶଂସା

ଆନ୍ଧ୍ରପ୍ରଦେଶର ବାସିନ୍ଦା ସାଇ ତିରୁମଲାନିଦି ସବୁଠାରୁ ଛୋଟ ୱାଶିଂ ମେଶିନ ତିଆରି କରି ଇତିହାସ ରଚିଛନ୍ତି ଏବଂ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ଗିନିଜ ବୁକ ନିଜ ଇନଷ୍ଟାଗ୍ରାମ ପେଜ ରେ ଏହି ସଫଳତାକୁ ଶେୟାର କରିଛି। ଯାହାକୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି ।
ଫେବ୍ରୁଆରି ୨୧ ରେ ଗିନିଜ ବୁକ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓରେ ସାଇ ତିରୁମଲାନିଦି ନାମକ ଜଣେ ବ୍ୟକ୍ତି ଏକ ଛୋଟ ବକ୍ସ ଏବଂ ଏକ ଛୋଟ ପାଇପ ରୁ କିଛି ତିଆରି କରିବାକୁ ଚେଷ୍ଟା କରୁଛନ୍ତି, ଏହି ସବୁ ପ୍ରକ୍ରିୟା ପରେ ସବୁ ମିଶାଇ ଛୋଟ ୱାସିଂ ମେଶିନର ରୂପ ନେଇଥାଏ।
ଆଶ୍ଚର୍ଯ୍ୟର କଥା ହେଉଛି ଏହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏବଂ କାର୍ଯ୍ୟ ମଧ୍ୟ କରୁଛି। ଆପଣ ଆଶ୍ଚର୍ଯ୍ୟ ହେବେ ଯେତେବେଳେ ସାଇ ତିରୁମାଲାନିଦି ଏହି ଛୋଟ ୱାସିଂ ମେସିନରେ ପାଣି ଏବଂ ଡିଟରଜେଣ୍ଟ ପକାଇ ସେଥିରେ ଏକ ଛୋଟ କପଡା ରଖି ଏହାକୁ ବୁଲାଇ ଦିଅନ୍ତି ଏବଂ ପୋଷାକ ଧୋଇବା ଆରମ୍ଭ ହୋଇଯାଏ । ଛୋଟ ମେଶିନ ହୋଇଥିଲେ ମଧ୍ୟ ମେଶିନ ସେହି କପଡ଼ାକୁ ସଫା କରିଥାଏ।
ଗିନିଜ ୱାଲର୍‌ଡ ରେକର୍ଡସ ଇନଷ୍ଟାଗ୍ରାମ ପୋଷ୍ଟର କ୍ୟାପସନରେ ଲେଖାଯାଇଛି, ସାଇ ତିରୁମାଲାନିଡିଙ୍କ ଦ୍ୱାରା ସବୁଠାରୁ ଛୋଟ ୱାସିଂ ମେଶିନ ୩୭ ମିମି x ୪୧ ମିମି x ୪୩ ମିମି (୧.୪୫ ଇଞ୍ଚ x ୧.୬୧ ଇଞ୍ଚ x ୧.୬୯ ଇଞ୍ଚ)।
ଏହି ଭିଡିଓକୁ ଏପର୍ଯ୍ୟନ୍ତ ପାଖାପାଖି ୭ ନିୟୁତ ଲୋକ ଦେଖି ସାରିଥିବା ବେଳେ ପାଖାପାଖି ୪ ଲକ୍ଷ ୩୦ ହଜାର ଲୋକ ଲାଇକ ମଧ୍ୟ କରିଛନ୍ତି। ଏହାକୁ ନେଇ ଲୋକେ କମେଣ୍ଟ ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି,ଭାଇ ବହୁତ ଭଲ କାମ କରିଛନ୍ତି, ଅନ୍ୟ ଜଣେ ୟୁଜର ଲେଖିଛନ୍ତି,ଭାରତରେ ପ୍ରତିଭାର ଅଭାବ ନାହିଁ।

Share