Categories: ଜାତୀୟ

ଡେପୁଟି କମିଶନରଙ୍କ ମୁହଁକୁ ବାଲି ପକାଇଲେ ମହିଳା ଅଫିସର

ହାଇଦ୍ରାବାଦ୍‌,୬।୮: ଆନ୍ଧ୍ର ପ୍ରଦେଶର ଭାଇଜାଗ ସ୍ଥିତ ଏକ ସରକାରୀ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଅନୁଦାନ ବିଭାଗରେ ଆସିଷ୍ଟାଣ୍ଟ କମିଶନର ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ଅଫିସରେ ଡେପୁଟି କମିଶନରଙ୍କ ମୁହଁକୁ ବାଲି ପକାଇଛନ୍ତି। ତାହା ପୁଣି ଅନ୍ୟ ୩ ଅଧିକାରୀଙ୍କ ସମ୍ମୁଖରେ। ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ଅଫିସରେ ଲାଗିଥିବା ସିସିଟିଭିରେ।

ଗତ କିଛି ମାସ ହେଲା ଡେପୁଟି କମିଶନର ଭି ପୁଷ୍ପାବର୍ଦ୍ଧନ ହଇରାଣ କରୁଥିବା ଅଭିଯୋଗ ଆଣିଛନ୍ତି ଶାନ୍ତି ନାମକ ମହିଳା ଅଧିକାରୀ। ମନ୍ଦିର ସମ୍ପତ୍ତି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ କମିଶନରଙ୍କ ମନ୍ତବ୍ୟ ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

୩ ଅଧିକାରୀଙ୍କ ସହ ବୈଠକ ଚାଲିଥିବା ବେଳେ ମହିଳା ଅଧିକାରୀ କମିଶନରଙ୍କ ମୁହଁକୁ ବାଲି ପକାଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। ତା’ ପରେ ଅଫିସରୁ ଚାଲି ଯାଇଥିଲେ ଅନ୍ୟ ଅଧିକାରୀମାନେ। ଘଟଣା ସମ୍ପର୍କରେ ପୁଷ୍ପାବର୍ଦ୍ଧନ ତାଙ୍କ ବିଭାଗୀୟ ସିନିୟରଙ୍କୁ ଜଣାଇଛନ୍ତି। ପୋଲିସରେ ଏତଲା ଦେବାକୁ ଧମକ ଦେଉଥିବା ଶାନ୍ତିଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ବିବାଦ ନ ଥିବା କହିଛନ୍ତି ପୁଷ୍ପାବର୍ଦ୍ଧନ।

Share