Categories: ଖେଳ

ଦାମୀ କାର କିଣିଲେ ଏହି ଅଲରାଉଣ୍ଡର

ନୂଆଦିଲ୍ଲୀ,୧୧।୬: କୋଲକାତା ନାଇଟ ରାଇଡର୍ସ ତଥା ଓ୍ବେଷ୍ଟଇଣ୍ଡିଜର ଷ୍ଟାର ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଏକ ଦାମୀ କାର କିଣିଛନ୍ତି। ଆଇପିଏଲ୍‌ ଶେଷ ହେବା ପରେ ସେ ସବୁଜ ରଙ୍ଗର ମର୍ସଡିଜ୍‌-ବେଞ୍ଜ କିଣିଛନ୍ତି। ଏହାର ଦାମ ୨ କୋଟି। ରସେଲ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ପ୍ରଥମ ଝଲକ ଶେୟାର କରିଛନ୍ତି। ଭିଡିଓ ଶେୟାର କରି ସେ ଲେଖିଛନ୍ତି, ସବୁବେଳେ ବଡ଼ ସ୍ବପ୍ନ ଦେଖେ। କଠିନ ପରିଶ୍ରମ ସହ ତ୍ୟାଗ ଦ୍ୱାରା ସ୍ବପ୍ନ ବାସ୍ତବତାରେ ପରିଣତ ହୋଇଥାଏ।

ଆଇପିଏଲ୍‌ ୨୦୨୨ରେ ରସେଲ କେକେଆର୍‌ ବିପକ୍ଷରୁ ଖେଳି ୩୩୫ ରନ୍‌ କରିବା ସହ ୧୭ ଉଇକେଟ ନେଇଥିଲେ। ହେଲେ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ତାଙ୍କୁ ଓ୍ବେଷ୍ଟଇଣ୍ଡିଜ ଦଳରେ ସୁଯୋଗ ମିଳିନାହିଁ। ଏବେ ଦଳ ପାକିସ୍ତାନ ଗସ୍ତରେ ଯାଇଛି। ରସେଲ ନିଜର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଗତ ବର୍ଷ ନଭେମ୍ବରରେ ଖେଳିଥିଲେ। ହେଲେ ତାଙ୍କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିବାର ସୁଯୋଗ ମିଳିପାରେ ବୋଲି କୁହାଯାଉଛି।

Share