କୋଲକାତା ନାଇଟ ରାଇଡର୍ସ (କେକେଆର୍) ତାରକା ଅଲରାଉଣ୍ଡର ଆନ୍ଦ୍ରେ ରସେଲ ୩ ବର୍ଷ ପରେ ନିଜର ମନର ଯନ୍ତଣା ପ୍ରକାଶ କରିଛନ୍ତି। ଆଇପିଏଲ ୨୦୧୮ରେ କେକେଆର ଦଳ ଇଡେନ ଗାର୍ଡେନ୍ସରେ ସନରାଇଜର୍ସ ହାଇଦ୍ରାବାଦଠାରୁ ୧୪ ରନ୍ରେ ହାରି ଆଇପିଏଲ ଫାଇନାଲରେ ପ୍ରବେଶ କରିବାର ସୁଯୋଗ ହରାଇଥିଲା। ଦ୍ୱିତୀୟ ଯୋଗ୍ୟତା ପର୍ଯ୍ୟାୟରେ ରସିଦ ଖାନଙ୍କ ଗୁଗଲି ବଲ ରସେଲ ଆଉଟ୍ ହୋଇଯାଇଥିଲେ। ଫଳରେ ତାଙ୍କ ଦଳ ଫାିନାଲକୁ ଯୋଗ୍ୟତା ହାସଲ କରିପାରି ନ ଥିଲା। ରସେଲ ଆଉଟ୍ ହୋଇ ଆସିବା ପରେ ଏତେ ହତାଶ ହୋଇଗଲେ ଯେ ସେ କ୍ରୀଡା ପୋଷାକ ପିନ୍ଧି ଗାଧୋଇବାକୁ ସିଧା ବାଥରୁମକୁ ଯାଇଥିଲେ। ସେ ପ୍ରକାଶ କରିଛନ୍ତି, ମୁଁ ଗାଧୋଇବାକୁ ଯାଇଥିଲି। କିନ୍ତୁ ଜାଣ ନ ଥିଲି ଯେ, ମୁଁ ଜୋତା ପିନ୍ଧି ବାଥରୁମ୍ରେ ଅଛି। ମୋର ଜୋତା ଓଦା ହେବା ପରେ ମୁଁ ଜାଣିଲି। ମୁଁ ନିଜେ ବହୁତ ନିରାଶ ହୋଇ ଯାଇଥିଲି ବୋଲି ସେ କହିଚନ୍ତି।
ସୂଚନାଯୋଗ୍ୟ, ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ କେକେଆର୍ ଦୁଇଥର ଟି -୨୦ ଲିଗ ଟାଇଟଲ ଜିତିଛି।