Categories: ଖେଳ

୯୧ କୋଟିର କ୍ଷତିପୂରଣ ପାଇବେ ଏହି ପୂର୍ବତନ କ୍ରିକେଟର

ଲଣ୍ଡନ,୧୪।୧୦: ଇଂଲଣ୍ଡର ପୂର୍ବତନ କ୍ରିକେଟର ଏଣ୍ଡ୍ରିୟୁ ଫ୍ଲିଣ୍ଟଫ ଖୁବ୍‌ଶୀଘ୍ର ୯ ମିଲିୟନ ପାଉଣ୍ଡ (୯୧ କୋଟି ଟଙ୍କା) କ୍ଷତିପୂରଣ ପାଇବେ। ଏହି କ୍ଷତିପୂରଣ ତାଙ୍କୁ ବିସିସିଆଇ ପ୍ରଦାନ କରିବ। ବାସ୍ତବରେ, ବିସିସିର ଏକ ଶୋ ‘ଟପ ଗିଅର୍‌’ର ଶୁଟିଂ ବେଳେ ଫ୍ଲିଣ୍ଟଫଙ୍କର ଏକ କାର ଦୁର୍ଘଟଣା ଘଟିଥିଲା। ଏହି ଦୁଃଖଦ ଘଟଣା ଗତ ବର୍ଷ ଡିସେମ୍ବରରେ ଘଟିଥିଲା। ଅନେକ ମାସର ବୁଝାମଣା ପରେ ଫ୍ଲିଣ୍ଟଫ ଏବଂ ବିସିସିଆଇ ଏକ ଚୁକ୍ତିରେ ପହଞ୍ଚିଛନ୍ତି। ଏହି ଚୁକ୍ତିନାମା ଅନୁଯାୟୀ ଫ୍ଲିଣ୍ଟଫଙ୍କ କ୍ଷତିପୂରଣ ସ୍ଥିର କରାଯାଇଛି।

ଡିସେମ୍ବର ୨୦୨୨ରେ ବିସିସିଆଇର ପ୍ରସିଦ୍ଧ ଶୋ’ ‘ଟପ ଗିଅର୍‌’ର ଶୁଟିଂ କରୁଥିବା ସମୟରେ ଏଣ୍ଡ୍ରିୟୁ ଫ୍ଲିଣ୍ଟଫ ଅଳ୍ପକେ ବର୍ତ୍ତିଯାଇଥିଲେ। ଦକ୍ଷିଣ ଲଣ୍ଡନର ଡନ୍ଫୋଲ୍ଡ ପାର୍କ ଏରୋଡ୍ରୋମରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଏହି ଦୁର୍ଘଟଣା ପରେ ସେ ଦୀର୍ଘ ସମୟ ଧରି କ୍ୟାମେରା ଆଗକୁ ଆସିପାରିନଥିଲେ।

Share