Categories: ଖେଳ

କାର୍‌ ଦୁର୍ଘଟଣାରେ ପ୍ରସିଦ୍ଧ କ୍ରିକେଟର୍‌ ଆହତ

ଲଣ୍ଡନ,୧୪।୧୨: ଇଂଲଣ୍ଡର କିମ୍ବଦନ୍ତୀ ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ ବଡ଼ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ସେ ଏକ ବିସିସିର ଲୋକପ୍ରିୟ ଟେଲିଭିଜନ ଶୋ ‘ଟପ ଗିଅର୍‌’ର ଶୁଟିଂ ସମୟରେ ସେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହା ପରେ ୪୫ ବର୍ଷୀୟ ଫ୍ଲିଣ୍ଟଫଙ୍କୁ ବିମାନ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ସେ ଏବେ ବିପଦମୁକ୍ତ ଥିବା ଜଣାପଡିଛି।
ଇଂଲଣ୍ଡର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରୁ ଫ୍ଲିଣ୍ଟଫ ଅନ୍ୟତମ। ସେ ‘ଫ୍ରେଡି’ ଭାବରେ ଜଣାଶୁଣା। ଫ୍ଲିଣ୍ଟଫ ୩୨ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇଥିଲେ। ସେ ଇଂଲଣ୍ଡ ପାଇଁ ୭୯ଟି ଟେଷ୍ଟ ଖେଳିଥିଲେ। ଉଭୟ ବ୍ୟାଟ ଏବଂ ବଲ ସହିତ ସେ ମ୍ୟାଚ ବଦଳାଇବାର କ୍ଷମତା ଥିଲା। ସେ ନିଜେ ଅନେକ ମ୍ୟାଚ୍‌ରେ ଇଂଲଣ୍ଡକୁ ଚାମ୍ପିୟନ କରାଇଥିଲେ। ଫ୍ଲିଣ୍ଟଫ ଇଂଲଣ୍ଡ ପାଇଁ ୭୯ ଟେଷ୍ଟରେ ୩୮୪୫ ରନ ସଂଗ୍ରହ କରିଥିଲେ ଏବଂ ୨୨୬ ଉଇକେଟ ମଧ୍ୟ ନେଇଥିଲେ।
୧୪୧ଟି ଦିନିକିଆରେ ଫ୍ଲିଣ୍ଟଫଙ୍କ ବ୍ୟାଟରୁ ୩୩୯୪ ରନ ବାହାରିଥିଲା। ଏଥି ମଧ୍ୟରେ ୩ଟି ଶତକ ସାମିଲ ଅଛି। ଏହା ସହିତ ସେ ୧୬୯ ଉଇକେଟ ନେଇଥିଲେ। ସେହିପରି ୭ଟି ଟି-୨୦ ମ୍ୟାଚରେ ତାଙ୍କର ପାଞ୍ଚଟି ଉଇକେଟ ଏବଂ ୭୬ ରନ ରହିଛି। ତାଙ୍କ କ୍ରିକେଟ କ୍ୟାରିଅର୍‌ରେ ଫ୍ଲିଣ୍ଟଫ ୨୦୦୫ ଏବଂ ୨୦୦୯ ରେ ଆଶେସ ଜିତିବାରେ ଇଂଲଣ୍ଡ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Share