Categories: ଖେଳ

କେବେ ନିଜ ମାତାପିତାଙ୍କୁ ଭେଟି ନ ଥିଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ

କାନବେରା,୧୬।୫:ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଜଗତରେ ଶୋକର ଛାୟା ଖେଳିଯାଇଛି। କ୍ରିକେଟ୍‌ରେ ସାଇମଣ୍ଡସ ଅନେକ ବଡ଼ ସଫଳତା ହାସଲ କରିଥିଲେ। ସେ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ କିନ୍ତୁ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ। ସାଇମଣ୍ଡସ ତାଙ୍କ ନିଜ ମାତାପିତାଙ୍କୁ କେବେବି ଭେଟି ନ ଥିଲେ। ସେ ନିଜେ ଏହି ବିଷୟରେ ଥରେ ଖୋଲାଖୋଲି ଭାବେ କହିଥିଲେ।
ସାଇମଣ୍ଡସ ତାଙ୍କ ନିଜ ମାତାପିତାଙ୍କୁ ମଧ୍ୟରୁ ଜଣେ ଆଫ୍ରୋ-କାରିବିଆନ ଏବଂ ଅନ୍ୟଟି ଡେନମାର୍କ କିମ୍ବା ସ୍ବିଡିଶ ବଂଶର ଥିଲେ ବୋଲି କୁହାଯାଏ। ସାଇମଣ୍ଡସ ୯ ଜୁନ ୧୯୭୫ରେ ଇଂଲଣ୍ଡର ବର୍ମିଂହାମରେ ଜନ୍ମଗ୍ରହଣ କରିଥିଲେ। ଗତ ମାସରେ ‘ଦି ବ୍ରେଟ ଲି’ ପୋଡକାଷ୍ଟରେ ସାଇମଣ୍ଡସ ତାଙ୍କ ମାତାପିତାଙ୍କ ବିଷୟରେ କହିଥିଲେ। ସେ କହିଥିଲେ, ମୁଁ ଏକ ପୋଷ୍ୟ ସନ୍ତାନ, ତେଣୁ ମୁଁ ମୋର ପ୍ରକୃତ ମାତାପିତାଙ୍କୁ ମଧ୍ୟ ଜାଣେ ନାହିଁ। ମୁଁ ତାଙ୍କୁ କେବେ ବି ସାକ୍ଷାତ କରି ନାହିଁ। ମୁଁ ମାତ୍ର ୬ ସପ୍ତାହର ହୋଇଥିବାବେଳେ ମୋ ମାତାପିତା ପୋଷ୍ୟ ସନ୍ତାନ ପାଇଁ ଛାଡି ଦିଆଯାଇଥିଲା। ଏହା ପରେ କେନ ଏବଂ ବାରବରା ୩ ମାସ ବୟସରେ ମୋତେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ।
ସାଇମଣ୍ଡସ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ ଖେଳି ୨ ଶତକ, ୧୦ ଅର୍ଦ୍ଧଶତକ ସହ ୧୪୬୨ ରନ ସଂଗ୍ରହ କରିଥିଲେ। ୧୯୮ଟି ଦିନିକିଆ ଖେଳି ୬ ଶତକ ଏବଂ ୩୦ ଅର୍ଦ୍ଧଶତକ ସହାୟତାରେ ଟେଷ୍ଟରେ ମୋଟ ୫୦୮୮ ରନ ଏବଂ ୧୪ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ସେ ୨୦୦୩ ଏବଂ ୨୦୦୭ ବିଶ୍ୱକପ ବିଜେତା ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ।

Share