କୁଇନ୍ସଲ୍ୟାଣ୍ଡ,୧୬।୫: ଅଷ୍ଟ୍ରେଲିଆ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଆକସ୍ମିକ ଦେହାନ୍ତ କ୍ରିକେଟ ଜଗତକୁ ସ୍ପବ୍ଧ କରିଦେଇଛି। ୪୬ ବର୍ଷୀୟ ସାଇମଣ୍ଡସ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ଟାଉନ୍ସଭିଲେ ଅଞ୍ଚଳରେ କାର ଦୁର୍ଘଟଣାରେ ମୃତୁବରଣ କରିଛି। ଏହି ଦୁର୍ଘଟଣାରେ ସାଇମଣ୍ଡସଙ୍କ ସହ ଥିବା ଦୁଇ ତାଙ୍କର ଦୁଇ କୁକୁର ଜୀବିତ ଅଛନ୍ତି। ରୋଚକ କଥା ହେଉଛି ଏହି ଦୁଇ କୁକୁର ସାଇମଣ୍ଡସଙ୍କୁ ଛାଡି ଯିବାକୁ ଆଦୌ ପ୍ରସ୍ତୁତ ନ ଥିଲେ। ମାଲିକଙ୍କ ମୃତଦେହ ପାଖରେ ସେମିତି ଜଗି ରହିଥିଲେ। ଏହି ଦୁର୍ଘଟଣାକୁ ଅତି ନିକଟରୁ ଦେଖିଥିବା ଜଣେ ସାକ୍ଷୀ କହିଛନ୍ତି, ଦୁଇ କୁକୁର ମଧ୍ୟରୁ ଜଣେ ଅଧିକ ସମ୍ବେଦନଶୀଳ ଥିଲା। ସାଇମଣ୍ଡସଙ୍କୁ ଛାଡିବାକୁ ଚାହୁଁ ନ ଥିଲେ। ଦୁର୍ଘଟଣାସ୍ଥଳକୁ ଯିଏ ଯାଉଥିଲା ସେ ଭୋକୁ ଥିଲା। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ସାଇମଣ୍ଡସ ତାଙ୍କ କ୍ୟାରିୟରରେ ୨୬ଟି ଟେଷ୍ଟ ଖେଳି ୨ ଶତକ, ୧୦ ଅର୍ଦ୍ଧଶତକ ସହ ୧୪୬୨ ରନ ସଂଗ୍ରହ କରିଥିଲେ। ୧୯୮ଟି ଦିନିକିଆ ଖେଳି ୬ ଶତକ ଏବଂ ୩୦ ଅର୍ଦ୍ଧଶତକ ସହାୟତାରେ ଟେଷ୍ଟରେ ମୋଟ ୫୦୮୮ ରନ ଏବଂ ୧୪ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେ ୨୦୦୩ ଏବଂ ୨୦୦୭ ବିଶ୍ୱକପ ବିଜେତା ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ।