ଓ୍ବାର୍ସ,୧୪ା୭ (ଆଇଏଏନ୍ଏସ୍): ଆଣ୍ଡ୍ରେଜେଜ୍ ଡୁଡା ପୋଲାଣ୍ଡ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ସେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଓ୍ବାର୍ସ ମେୟର ରାଫାଲ ଟ୍ରାସ୍କୋସ୍କିଙ୍କଠାରୁ ଅଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜାତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ରବିବାର ଅନୁଷ୍ଠିତ ନିର୍ବାଚନରେ ଶାସକ ‘ଲ ଆଣ୍ଡ ଜଷ୍ଟିସ ପାର୍ଟି’କୁ ୫୧.୨୧ ପ୍ରତିଶତ ଭୋଟ ମିଳିଛି। ଟ୍ରାସ୍କୋସ୍କିଙ୍କୁ ମିଳିଛି ୪୮.୭୯ ପ୍ରତିଶତ ଭୋଟ। ଫଳରେ ଡୁଡା ପୁଣି ୫ ବର୍ଷ ଶାସନ କରିବାକୁ ଯାଉଛନ୍ତି। ମୋଟ ୬୮.୧୨ ପ୍ରତିଶତ ଭୋଟଗ୍ରହଣ ହୋଇଥିଲା। ପ୍ରତିଦ୍ୱନ୍ଦ୍ୱିତା ଜୋର୍ଦାର ହେବ ଏବଂ ଡୁଡା ମାତ୍ର ୦.୮ ପ୍ରତିଶତ ବ୍ୟବଧାନରେ ବିଜୟୀ ହେବେ ବୋଲି ଏକ୍ଜିଟ୍ ପୋଲ୍ ସୂଚନା ଦେଇଥିଲା।