ହିଲଭିୟ୍ୟୁ ଘାଟିରେ ଭୂସ୍ଖଳନ: ଲଗାଣ ବର୍ଷାରେ ବିପଦ ସାଜିଛି ଘାଟି

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଫଳରେ ଅଞ୍ଚଳରେ ଅନେକ ସ୍ଥାନରେ ନାଳ, ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ଦୁର୍ଗମ ରାସ୍ତାଗୁଡିକରେ ଜଳ ଜମାହେବା ସହ ଅନେକ ସ୍ଥାନରେ କାଦୁଅ ହୋଇଛି । ରାୟପୁରଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ୫୯ନଂ ରାଜପଥର ଦାରିଙ୍ଗବାଡି ହିଲଭିୟ୍ୟୁ ନିକଟ ଘାଟିରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ବଡ଼ ବଡ଼ ପଥର, ମାଟି ଖସିବା ସହ ବଡ଼ ଗଛ ଖସିଛି ତେବେ କାହାର କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ଏଭଳି ବର୍ଷା ଲାଗିରହିଲେ ଉକ୍ତ ଘାଟିରେ ଆହୁରି ଭୂସ୍ଖଳନ ହେବା ଆଶଙ୍କା କରାଯାଇଛି ।