Categories: ଖେଳ

କିଙ୍ଗ୍ସ ପଞ୍ଜାବରୁ ଅଲଗା ହେଲେ ଆଣ୍ଡି ଫ୍ଲାଓ୍ବର

ନୂଆଦିଲ୍ଲୀ,୧।୧୨: ଆଇପିଏଲ ଫ୍ରାଞ୍ଚାଇଜ ପଞ୍ଜାବ କିଙ୍ଗ୍ସରୁ ଅଲଗା ହୋଇଛନ୍ତି ଆସିଷ୍ଟାଣ୍ଟ କୋଚ ଆଣ୍ଡି ଫ୍ଲାଓ୍ବର। ସେ ନିକଟରେ ଦଳକୁ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ ଇସ୍ତଫାକୁ ଗ୍ରହଣ କରି ନିଆଯାଇଛି। ତାଙ୍କ ପାଖରେ ନୂଆ ଫ୍ରାଞ୍ଚାଇଜ (ଲକ୍ଷ୍ନୌ ଓ ଅହମ୍ମଦାବାଦ)ର ମୁଖ୍ୟ କୋଚ୍‌ ହେବାର ସୁଯୋଗ ଅଛି ବୋଲି ଜଣେ ବିସିସିଆଇ ଅଧିକାରୀ କହିଛନ୍ତି।

୫୩ ବର୍ଷୀୟ ପୂର୍ବତନ ଜିମ୍ବାଓ୍ବେ ଅଧିନାୟକ ପ୍ରାୟ ଏକ ଦଶନ୍ଧି ଧରି ଇଂଲଣ୍ଡର ଜାତୀୟ ଦଳ ସହ ଆସିଷ୍ଟାଣ୍ଟ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟକାଳରେ ଇଂଲଣ୍ଡ ୨୦୧୬ରେ ଟି୨୦ ବିଶ୍ୱକପ୍‌ ଓ ୨୦୧୯ରେ ଦିନିକିଆ ବିଶ୍ୱକପ୍‌ ଜିତିଥିଲା। ସେ ୨୦୨୦ରେ ପ୍ରଥମ ଥର ପାଇଁ ଆଇପିଏଲ ଫ୍ରାଞ୍ଚାଇଜ ସହ ଯୋଡ଼ି ହୋଇଥିଲେ। ମୁଖ୍ୟକୋଚ୍‌ ଅନୀଲ କୁମ୍ବଲେଙ୍କ ନେତୃତ୍ୱରେ ଫ୍ଲାଓ୍ବର ବ୍ୟାଟିଂ କୋଚ୍‌ ଓ୍ବାସିମ ଜାଫର ଓ ଫିଲ୍ଡିଂ କୋଚ୍‌ ଜଣ୍ଟି ରୋଡସଙ୍କ ସହ କାର୍ଯ୍ୟ କରିଥିଲେ।

Share