ମହିଳା, ଶିଶୁଙ୍କଠାରେ ରକ୍ତହୀନତା ବଢୁଛି

କେନ୍ଦ୍ରାପଡ଼ା,୧୩।୭ (ଜଗନ୍ନାଥ ଧଳ)ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌- ୫) କେନ୍ଦ୍ରାପଡ଼ା ଜିଲାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ଉଦ୍‌ବେଗଜନକ ରିପୋର୍ଟ ପ୍ରକାଶ କରିଛି। ଏନ୍‌ଏଫ୍‌ଏଚ୍‌ଏସ୍‌- ୪ ତୁଳନାରେ ୬ ବର୍ଷ ମଧ୍ୟରେ ୧୬.୫ ପ୍ରତିଶତ ମହିଳା ରକ୍ତହୀନତା ରୋଗରେ ଅଧିକ ଶିକାର ହୋଇଥିବା ବେଳେ ଶିଶୁଙ୍କ ସଂଖ୍ୟା ୩୨.୮ ପ୍ରତିଶତ ବଢ଼ିଛି। ଏନ୍‌ଏଫ୍‌ଏଚ୍‌ଏସ୍‌୍‌- ୪ ସର୍ଭେରେ ଜିଲାରେ ଶିଶୁଙ୍କ ରକ୍ତହୀନତା ସଂଖ୍ୟାହାର ୨୬.୭ ପ୍ରତିଶତ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌୍‌- ୫ରେ ଏହାର ସଂଖ୍ୟାହାର ୬୧.୫ ପ୍ରତିଶତ ହୋଇଛି। ସେହିପରି ନ୍ୟାଶନାଲ ହେଲ୍‌ଥ ସିଷ୍ଟମ ରିସୋର୍ସ ସେଣ୍ଟରର ୨୦୨୧ ହେଲ୍‌ଥ ଡୋସିଅର ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲାରେ ଏବେ ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୮୬୦ ଅଛି। ଜନ୍ମ ନିୟନ୍ତ୍ରଣ ବ୍ୟବସ୍ଥା ଉଦ୍‌ବେଗ ସ୍ଥିତିରେ ଅଛି। ୬୪.୭ ପ୍ରତିଶତ ମହିଳା ଏଥିପ୍ରତି ବିତସ୍ପୃହତା ଦେଖାଇଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ୯୬.୭ ପ୍ରତିଶତ ମହିଳା ଶିଶୁ ଜନ୍ମ କରୁଥିଲେ ମଧ୍ୟ ୬.୫ ପ୍ରତିଶତ ଶିଶୁଙ୍କୁ ଟିକାକରଣ ହୋଇପାରୁନାହିଁ। ଉପକୂଳ ଅଞ୍ଚଳର କେନ୍ଦ୍ରାପଡ଼ା ଜିଲାରେ ମହିଳା ଓ ଶିଶୁଙ୍କ ଏହି ସ୍ବାସ୍ଥ୍ୟ ରିପୋର୍ଟ ଉଦ୍‌ବେଗଜନକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଶିବାଶିଷ ମହାନ୍ତି, ସାମାଜିକ କର୍ମୀ ବାନାମ୍ବର ସାହୁ, ଜ୍ୟୋତିପ୍ରକାଶ ନାୟକ, ପିନାକୀ ସାମନ୍ତରାୟ ପ୍ରମୁଖ କହିଛନ୍ତି, ଏନ୍‌ଏଫ୍‌ଏଚ୍‌ଏସ୍‌୍‌- ୫ ସର୍ଭେ ରିପୋର୍ଟ ଜିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚତ୍ପାରୁ ନ ଥିବା ଏଠାରେ ଦର୍ଶାଯାଇଛି। ଜାତୀୟ ସ୍ବାସ୍ଥ୍ୟ ମିଶନ ସହ ରାଜ୍ୟ ସ୍ବାସ୍ଥ୍ୟ ମିଶନ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ମହିଳାଙ୍କ ପାଇଁ ସ୍ବାବଲମ୍ବୀ ଯୋଜନା ହେଉଛି। ଏଥିପାଇଁ ବିଭିନ୍ନ ଯୋଜନାରେ ବହୁ ଅର୍ଥ ବିନିଯୋଗ କରାଯାଉଛି। ଏହାସତ୍ତ୍ୱେ ଜିଲାରେ ରକ୍ତହୀନତାରେ ମହିଳା ଓ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ପ୍ରତି ଏହା ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଖାଦ୍ୟ ସୁରକ୍ଷାରେ ରାଶନ ସାମଗ୍ରୀ ବ୍ୟତୀତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ରନ୍ଧା ଏବଂ ଶୁଖିଲା ଖାଦ୍ୟ ବିତରଣ, ଆଇରନ ଫୋଲିକ ଏସିଡ୍‌ ଆଦି ରକ୍ତହୀନତାରୁ ନିସ୍ତାର ପାଇଁ ମହିଳାଙ୍କୁ ଦିଆଯାଉଥିବା ଜିଲା ସ୍ବାସ୍ଥ୍ୟ ବିଭାଗ ରିପୋର୍ଟ ଦର୍ଶାଉଛି। ବାସ୍ତବ ତଥ୍ୟ ହେଉଛି, ଜିଲାର ୧ ଲକ୍ଷ ଜନସାଧାରଣଙ୍କ ପାଇଁ ମାତ୍ର ୨୧ଟି ମେଡିକାଲ ଶଯ୍ୟା ଅଛି। ସେହିପରି ଡାକ୍ତର ପଦବୀ ପାଇଁ ୨୨୪ଟି ସ୍ଥାନ ସୃଷ୍ଟି ହୋଇଥିଲେ ମଧ୍ୟ ଅଧାରୁ ଅଧିକ ଡାକ୍ତର ପଦବୀ ପୂରଣ ହୋଇନାହିଁ। ତୃଣମୂଳସ୍ତରରେ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିବା ୨୨୬ ସବ୍‌ସେଣ୍ଟର ମଧ୍ୟରୁ କେତେକ ସ୍ଥାନରେ ଏଏନ୍‌ଏମ୍‌ ନାହାନ୍ତି। ମହିଳାଙ୍କ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ବିଭାଗ ପକ୍ଷରୁ ପ୍ରଦର୍ଶନ ହେଉଥିବା କେବଳ କାଗଜପତ୍ରରେ ସୀମିତ ରହୁଛି। ଜିଲାର ଉପାନ୍ତ ଅଞ୍ଚଳରେ ଥିବା ମହାକାଳପଡ଼ା, ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇରେ ରକ୍ତହୀନତାରେ ଅଧିକ ମହିଳା ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏହି ଜିଲାରେ ଜିଲା ପ୍ରଶାସନ ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହେବା ଉଚିତ। ଏ ସମ୍ପର୍କରେ ସିଡିଏମ୍‌ଓ ଡା. ଅନୀତା ପଟ୍ଟନାୟକଙ୍କୁ ପଚାରିବାରେ ୬ ବର୍ଷ ମଧ୍ୟରୁ ୨ ବର୍ଷ କରୋନା ସଂକ୍ରମଣ ଭୟ ରହିଥିଲା। ସ୍ଥାନୀୟ ସ୍ବାସ୍ଥ୍ୟ ଓ ଅଙ୍ଗନୱାଡି କର୍ମୀମାନେ ପ୍ରତ୍ୟେକ ମହିଳା ଏବଂ ଶିଶୁଙ୍କ ରକ୍ତହୀନତା ରୋଗର ନିରାକରଣ ପାଇଁ ଫୋଲିକ ଏସିଡ୍‌ ଓ ଅନ୍ୟ ଔଷଧ ବିତରଣ କରିଛନ୍ତି। ସରକାରୀ ଯୋଜନାରେ ମିଳିଥିବା ଔଷଧକୁ ମହିଳାମାନେ ବ୍ୟବହାର କରିଥିଲେ, ଏ ପ୍ରକାର ସ୍ଥିତି ଦେଖାଯାଇ ନ ଥାନ୍ତା। ଏହାବ୍ୟତୀତ ଉପାନ୍ତ ଅଞ୍ଚଳରେ ବହୁ ବଙ୍ଗଭାଷୀ ମହିଳାଙ୍କୁ ଏ ନେଇ ସଚେତନତା ସୃଷ୍ଟି କରିବାରେ ସମୟ ଲାଗୁଛି। ରାଜ୍ୟର ଅନ୍ୟ ଜିଲା ତୁଳନାରେ ଏଠାରେ ସ୍ଥିତି ଭଲ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

ସ୍ତ୍ରୀଙ୍କ ତଣ୍ଟି ଚିପି ହତ୍ୟା ଉଦ୍ୟମ, ସ୍ବାମୀ ଫେରାର

ଦିଗପହଣ୍ଡି,୧୯ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ମହୁଡ଼ା ନରସିଂହପୁର ଗ୍ରାମର ଏସ୍‌. ବେଦମତୀ ଦୋରାଙ୍କୁ ତାଙ୍କ ସ୍ବାମୀ ଏସ୍‌.ଦୀନବନ୍ଧୁ ଦୋରା ନିସ୍ତୁକ ମାଡ଼...

କେନାଲରେ ବୁଡ଼ି ଗଲେ ୩ ନାବାଳକ

ବାରିପଦା,୧୯।୧୦: ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ନୂଆଗାଁରେ ଶନିବାର ଏକ ଅଘଟଣ ଘଟିଛି। ସୁବର୍ଣ୍ଣରେଖା କେନାଲରେ ବୁଡ଼ି ୩ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ବୟସ...

OAS ପରୀକ୍ଷାରେ ବାଜି ମାରିଲେ କର୍ଲାମୁଣ୍ଡା ବିଇଓ, ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୯ା୧୦: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ(ବିଇଓ) ସୁଶ୍ରୀ ବିଜୟଲକ୍ଷ୍ମୀ ନାଗ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri