Advertisement

ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ମାଥିଲି,୨୬ା୮(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଟେମୁରୁପାଲି ପଞ୍ଚାୟତର ସର୍ଗିଗୁଡ଼ା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥାରେ ଚାଲୁଥିବା ଦେଖିବାକୁ ମିଳୁଛି। କେନ୍ଦ୍ର ପରିସରରେ ପାନୀୟ ଜଳ ପାଇଁ ନଳକୂପ ନାହିଁ। ପାଇଖାନା କି ବିଦ୍ୟୁତ୍‌ ବ୍ୟବସ୍ଥା ମଧ୍ୟ ନାହିଁ। ମାଥିଲି ବିଡିଓ ବାରମ୍ବାର ସେହି ଅଞ୍ଚଳ ଗସ୍ତ କରୁଥିଲେ ମଧ୍ୟ ଅଙ୍ଗନଓ୍ବାଡି କେନ୍ଦ୍ରର ସମସ୍ୟା ଏ ପର୍ଯ୍ୟନ୍ତ ଦୂର କରିପାରି ନାହାନ୍ତି। ଏହି ଅଙ୍ଗନୱାଡି କେନ୍ଦ୍ର ୧୯୫୪ରେ ସ୍ଥାପିତ ହୋଇଥିଲା। ସର୍ଗିଗୁଡା ଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହା ଥିଲା। ପରେ ଗ୍ରାମବାସୀଙ୍କ ସହମତିରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥିଲା। ପରେ ନୂତନ ଭାବରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରାଯାଇଥିଲା। ଇତି ମଧ୍ୟରେ ୬ ବର୍ଷରୁ ଊର୍ଦ୍ଧ୍ୱ ହୋଇଯାଇଥିଲେ ମଧ୍ୟ କେନ୍ଦ୍ର ସମସ୍ୟା ଦୂର ହୋଇପାରିନାହିଁ। ଏଥିସହ ଟେମୁରୁପାଲି ଗ୍ରାମରେ ଅନେକ ସମସ୍ୟା ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚତ୍ତ କରାଯାଉଛି ବୋଲି କହିଛନ୍ତି। ଆଗାମୀ ଦିନରେ ଅଙ୍ଗନଓ୍ବାଡି କେନ୍ଦ୍ର ସହ ଗ୍ରାମ ସମସ୍ୟା ସମାଧାନ ନ ହେଲେ ଯୁବକଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଦଳର ଉମାକାନ୍ତ ମାଝି କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share