ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ର କାମଚଳା

ଛତ୍ରପୁର,୨୭ା୮(ସନ୍ତୋଷ ପାଢୀ)ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଏକପ୍ରକାର କାମଚଳାରେ ଚାଲିଛି ା କେଉଁଠି ଅଙ୍ଗନୱାଡି କର୍ମୀ ନାହାନ୍ତି ତ ଆଉ କେଉଁଠି ସହାୟିକା ନାହାନ୍ତି। ଏପରିକି ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ କୋଠାନାହିଁ ା ଗର୍ଭବତୀ, ପ୍ରସୂତି ଓ ଶିଶୁମାନଙ୍କ ଯତ୍ନ ଓ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ଅଙ୍ଗନୱାଡି କେନ୍ଦ୍ର କାମ କରିଥାଏ ା ଜିଲାର ୨୨ଟି ବ୍ଲକ, ୧୬ ଏନ୍‌ଏସି, ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଓ ବ୍ରହ୍ମପୁର ମହାନଗର ନିଗମରେ ମୋଟ ୫୧୬୧ଟି ଅଙ୍ଗନୱାଡି କେନ୍ଦ୍ର ରହିଛି ା ଏକ ସମୀକ୍ଷା ବୈଠକରୁ ଜଣାଯାଇଛି ଯେ, ଜିଲାର ୫୧୨୪ ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଅଛନ୍ତି। ୩୭ ଅଙ୍ଗନୱାଡି କର୍ମୀ ପଦବୀ ଖାଲି ପଡିଛି ା ବ୍ରହ୍ମପୁର ମହାନଗର ନିଗମରେ ୩ ଅଙ୍ଗନୱାଡି କର୍ମୀ ପଦବୀ ଖାଲି ରହିଥିବା ବେଳେ ଭଞ୍ଜନଗର, ବୁଗୁଡା, ଛତ୍ରପୁର,ସାନଖେମୁଣ୍ଡି, ଜଗନ୍ନାଥପ୍ରସାଦ ଓ ସୋରଡା ବ୍ଲକରେ ୩ଟି ଲେଖାଏ ଅଙ୍ଗନୱାଡି କର୍ମୀ ଖାଲି ରହିଛି ା ସେହିପରି ଧରାକୋଟ, ଦିଗପହଣ୍ଡି, କବିସୂର୍ଯ୍ୟନଗର, କୋଦଳା, କୁକୁଡାଖଣ୍ଡି, ପୋଲସରା ଓ ରଙ୍ଗେଇଲୁଣ୍ଡା ବ୍ଲକରେ ଗୋଟିଏ ଲେଖାଏ ଏବଂ ଖଲ୍ଲିକୋଟ ବ୍ଲକରେ ୯ଟି ଅଙ୍ଗନୱାଡି କର୍ମୀ ପଦବୀ ଖାଲି ପଡିଛି ା ଉକ୍ତ କେନ୍ଦ୍ରଗୁଡିକ କାମଚଳାରେ ଚାଲିଛି ା ସେହିପରି ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ୫୬ ସହାୟିକା ପଦବୀ ମଧ୍ୟ ଖାଲି ରହିଛି ା ଜିଲାରେ ଥିବା ୫୧୬୧ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ୩୫୪୪ କେନ୍ଦ୍ରର ନିଜସ୍ବ ବିଲଡିଂ ଅଛି ା ଅନ୍ୟଗୁଡିକ କୋଠଘର କିମ୍ବା ସ୍କୁଲରେ ଚାଲିଛି ା ଦୈନିକ ଅଙ୍ଗନୱାଡି କେନ୍ଦ୍ରଗୁଡିକର ମନିଟରିଂ କରାଯାଉଥିବା କୁହାଯାଇଛି ା ସମୀକ୍ଷାରୁ ଜଣାଯାଇଛି ଯେ ଦୈନିକ ୯୫ ପ୍ରତିଶତ ଅଙ୍ଗନୱାଡି କେନ୍ଦ୍ର ଖୋଲୁଛି ା ୭୪ ପ୍ରତିଶତ ଶିଶୁ (୩ରୁ୬ ବର୍ଷ) ଉପସ୍ଥିତ ରହୁଛନ୍ତି। ୯୮ ପ୍ରତିଶତ ଶିଶୁଙ୍କୁ ଖାଦ୍ୟ ଦିଆଯାଉଥିବା ବେଳେ ୮୬ ପ୍ରତିଶତ ଶିଶୁଙ୍କୁ କେନ୍ଦ୍ରରେ ପାଠ ପଢାଯାଉଥିବା ସୂଚନା ଦିଆଯାଇଛି ା