ଗଞ୍ଜାମ ଜିଲାରେ ଅଙ୍ଗନୱାଡି କେନ୍ଦ୍ର କାମଚଳା

ଛତ୍ରପୁର,୩୧।୫(ଡି.ଏନ.ଏ)ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଆନୁଷଙ୍ଗିକ ସୁବିଧା ନ ଥିବାବେଳେ କର୍ମୀ ଓ ସହାୟକ ପଦବୀ ମଧ୍ୟ ଖାଲି ରହିଛି ା ଏଥିଲାଗି ବହୁ ଅଙ୍ଗନୱାଡି କେନ୍ଦ୍ର କାମଚଳାରେ ଚାଲିଛି ା ଅଙ୍ଗନୱାଡି କେନ୍ଦ୍ର ପାଇଁ ନୂତନ କୋଠା ନିର୍ମାଣ କାର୍ଯ୍ୟ ସରୁନଥିବା, କେତେକ ଆରମ୍ଭ ହେଉନଥିବା, ଜମି ଚିହ୍ନଟ ଅଧାପନ୍ତରିଆ ଥିବା ଯୋଗୁୂଁ ଅସ୍ଥା୍ରୟୀ କୋଠାରେ ଅଙ୍ଗନୱାଡି କେନ୍ଦ୍ର ଚାଲିଛି। ଯେଉଁସବୁ ଅଙ୍ଗନୱାଡି କେନ୍ଦ୍ରର ନୂତନ କୋଠା ନିର୍ମାଣ ହୋଇଛି ସେଠାରେ ମଧ୍ୟ ସମସ୍ତ ସୁବିଧା ନାହିଁ ା କେଉଁଠି କେନ୍ଦ୍ରର ପାଚେରୀ ନାହିଁ ତ ଆଉ କେଉଁଠି ପାନୀୟ ଜଳ ସୁବିଧା ନାହିଁ ା
ଏପରିକି ଆଉ କେଉଁଠି ବିଦ୍ୟୁତ ସୁବିଧା ନାହିଁ ା ଏଥିସହ କେତେକ ଅଙ୍ଗନୱାଡି କେନ୍ଦ୍ରରେ ରୋଷେଇ ଘର, ବିଦ୍ୟୁତ, ପାଇଖାନା ସୁବିଧା ମଧ୍ୟ ନାହିଁ। ଆହୁରି ଜଣାଯାଇଛି ଯେ, ଜିଲାରେ ପ୍ରସ୍ତାବିତ ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ ମଧ୍ୟରୁ ୫୪୨ କେନ୍ଦ୍ରର କୋଠା ନିର୍ମାଣ କାର୍ଯ୍ୟ ଏଯାବତ ଆରମ୍ଭ ହୋଇନି ା ଏସମ୍ବନ୍ଧୀୟ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି ା ବିଭିନ୍ନ କାରଣରୁ ପ୍ରସ୍ତାବିତ ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ ଆରମ୍ଭ ହୋଇନଥିବା ଜଣାପଡିଛି ା ଜିଲାରେ ୩୪ ଅଙ୍ଗନୱାଡି କର୍ମୀ ଓ ୪୩ ଟି ସହାୟକ ପଦବୀ ଖାଲିପଡିଛି ା ଜିଲାର ୬୪୭ ଅଙ୍ଗନୱାଡି କେନ୍ଦ୍ରରେ ପାଇଖାନା ନଥିବା ବେଳେ ୪୩୬ଟି କେନ୍ଦ୍ରରେ ପାନୀୟ ଜଳ ସୁବିଧା ନାହିଁ। ସେହିପରି ଜିଲାର ୨୦୨୨ଟି କେନ୍ଦ୍ରରେ ପାଚେରୀ ନାହିଁ। ଏଥିସହ ୨୦୯୮ଟି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନଥିବାବେଳେ ୧୬୧୧ କେନ୍ଦ୍ରରେ ରୋଷେଇ ଘର ନାହିଁ ା ସୂଚନା ଅନୁସାରେ, ଗଞ୍ଜାମ ଜିଲାରେ ଥିବା ୫୧୬୧ ଅଙ୍ଗନୱାଡି କେନ୍ଦ୍ର ମଧ୍ୟରୁ ଏହାର ନୂତନ ଓ ସ୍ଥାୟୀ କୋଠା ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ମଧ୍ୟ ବ୍ୟବସ୍ଥା ହୋଇ ମଞ୍ଜୁର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଏଥିରୁ ୩୫୨୨ଟି ଅଙ୍ଗନୱାଡି କେନ୍ଦ୍ରର କୋଠାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ସୂଚନା ଦିଆଯାଇଛି। ତେବେ ଏଥିରୁ ୩୪୬୬ଟି ନୂତନ କୋଠା ହସ୍ତାନ୍ତର ହୋଇନି ା ଏଥିଲାଗି ଉକ୍ତ ନବନିର୍ମିତ କୋଠାରେ ଅଙ୍ଗନୱାଡି କେନ୍ଦ୍ର ସ୍ଥାୟୀ ଭାବେ ଆରମ୍ଭ ହୋଇପାରୁନଥିବା ଜଣାପଡିଛି। ଏଥିସହ ୧୦୭୭ ଟି ଅଙ୍ଗନୱାଡି କେନ୍ଦ୍ର କୋଠା ନିର୍ମାଣ କାର୍ଯ୍ୟ ଚାଲିଛି ା ୫୪୨ ଟି ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ କାମ ଆରମ୍ଭ ହୋଇନି ା ଆହୁରି ଜଣାଯାଇଛି ଯେ, ୧୮୭ ଟି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ ଏଯାବତ ସ୍ଥାନ ଚିହ୍ନଟ ହୋଇନାହିଁ।

Share