ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରସ୍ତୁତି ନେଇ ଜିଲାପାଳଙ୍କୁ ଚିଠି

ଭୁବନେଶ୍ୱର,୧୨।୨(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖଇ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଅଙ୍ଗନବା କେନ୍ଦ୍ର ଗୁଡ଼ିକ ଖୋଲିବ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲାର ଜିଲାପାଳମାନଙ୍କୁ ଶନିବାର ଚିଠି ପଠାଯାଇଛି।

କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ରାଜ୍ୟ ସରକାର ଅଙ୍ଗନବା କେନ୍ଦ୍ର ଗୁଡ଼ିକ ଖୋଲିବାକୁ ଯୋଜନା କରୁଛନ୍ତି। ତେବେ ଦୁଇ ବର୍ଷ ହେଲା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକ ବନ୍ଦ ପଡ଼ିଥିବା କୋଠା ଗୁଡ଼ିକ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ସେହିପରି କେନ୍ଦ୍ର ଗୁଡ଼ିକରେ ଥିବା ଅନ୍ୟାନ୍ୟ ସରଞ୍ଜାମଗୁଡ଼ିକୁ ମଧ୍ୟ ଯାଞ୍ଚ କରିବାର ଆବଶ୍ୟକତା ରହିଛି। ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଦାୟିତ୍ୱବାନ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଇ ଫେବୃୟାରୀ ୧୬ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

Share