Advertisement

୧୩ ମାସ ହେଲା ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ: ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଘେରାଉ

ଛତ୍ରପୁର,୨୬ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ବ୍ଲକ କୁଜିଢେପା ଗ୍ରାମରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି ଏନେଇ ସମ୍ପୃକ୍ତ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆକ୍ରୋଶମୂଳକ ବୋଲି ନିଖିଳ ଓଡ଼ିଶା ଅଙ୍ଗନଓ୍ବାଡ଼ି କର୍ମୀ ସଂଘ ଗଞ୍ଜାମ ଜିଲା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ପରେ ସମସ୍ୟା ସମାଧାନ ନେଇ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଦୀର୍ଘ ମାସ ହେଲା ଗ୍ରାମବାସୀ ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ଗର୍ଭବତୀ ଓ ଶିଶୁମାନେ ସମସ୍ୟା ଦେଇ ଗତି କରୁଛନ୍ତି। ଉକ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ୯ ମାସ ହେଲା ବନ୍ଦ ରହିବା ପରେ ୩ ମାସ ହେଲା କେବଳ ଖାଦ୍ୟ କେନ୍ଦ୍ରର ସହାୟିକାଙ୍କ ଦ୍ୱାରା ବଣ୍ଟନ ହେଉଥିଲା। ତାହା ମଧ୍ୟ ପୁଣି ବନ୍ଦ ହୋଇଯାଇଛି ଫଳରେ ଗର୍ଭବତୀ ଶିଶୁମାନେ ବିଶେଷ ପ୍ରଭାବିତ ହୋଇଛନ୍ତି। ଖାଦ୍ୟ ଯୋଗାଣଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବଣ୍ଟନ, ପାଠପଢ଼ା ଓ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇପାରୁନି ଏନେଇ ଗତ ସପ୍ତାହରେ ଗ୍ରାମବାସୀ ଛତ୍ରପୁର ଆସି ଜିଲାପାଳ ଅନୁପସ୍ଥିତ ଥିବାରୁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ସମାଜ ମଙ୍ଗଳ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ଏବେ ଅପରପକ୍ଷ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ସପକ୍ଷରେ ବାହାରିଥିବା ସଂଘ ପ୍ରତିଶ୍ରୁତି ଦିଆଯାଇଛି। ଏଥିରେ ସଂଘର ସଭାପତି ପ୍ରତିମା ଦାସ, ସମ୍ପାଦିକା ନିରୂପମା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel