ଆଦର୍ଶ ସାଜିଛି ଅଙ୍ଗନଓ୍ବାଡି

ଢେଙ୍କାନାଳ ଅଫିସ, ୭।୫

ପରିଷ୍କାର ପରିଚ୍ଛନ୍ନ ବାତାବରଣ। ନୂଆ ରଙ୍ଗରେ ଝଲସୁଛି କୋଠା। ଅଙ୍କା ଯାଇଛି ଭଳିକି ଭଳି ରଙ୍ଗବେରଙ୍ଗ ଚିତ୍ର। ବାହାର ପରିବେଶଠୁ ଆହୁରି ଚମତ୍କାର ଭିତରର ଦୃଶ୍ୟ। ପଡ଼ିଛି ରଙ୍ଗିନ ପ୍ଲାଷ୍ଟିକ୍‌ ଚେୟାର, ଟେବୁଲ। କୁନି ପିଲାମାନେ ଯେପରି ସହଜରେ ବିଭିନ୍ନ ବିଷୟ ମନେରଖିପାରିବେ, ତାହାକୁ ନଜରରେ ରଖି କରାଯାଇଛି କାନ୍ଥଚିତ୍ର। ରେଖାଚିତ୍ର ମାଧ୍ୟମରେ ଉଲ୍ଲେଖ କରାଯାଇଛି ଗଣିତ, ଜ୍ୟାମିତି, ବିଜ୍ଞାନର ବିଭିନ୍ନ ବିଷୟ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ ଅନ୍ତର୍ଗତ ବହ୍ଲଭ ଅଙ୍ଗନଓ୍ବାଡି କେନ୍ଦ୍ରରେ, ଯେଉଁଥିରୁ ବାରିହୋଇପଡୁଛି ସରକାରୀ ଯୋଜନାର ସଫଳ ରୂପାୟନ। ପରିଚାଳନାଗତ ଅବ୍ୟବସ୍ଥା ଯୋଗୁ ପ୍ରାକ୍‌ ପ୍ରାଥମିକ ଶିକ୍ଷାର ରୁଗ୍‌ଣ ଚିତ୍ର ଚର୍ଚ୍ଚାର ଶିରୋନାମା ପାଲଟୁଥିବାବେଳେ ଏହି ଅଙ୍ଗନଓ୍ବାଡି କେନ୍ଦ୍ର ପାଲଟିଛି ଅନ୍ୟମାନଙ୍କ ପାଇଁ ଆଦର୍ଶ।
ସରକାରୀ ଅର୍ଥର ସୁପରିଚାଳନା ଅଭାବରୁ ରାଜ୍ୟର ଅନେକ ଅଙ୍ଗନଓ୍ବାଡି କେନ୍ଦ୍ର ଅବସ୍ଥା କହିଲେ ନ ସରେ। କେଉଁଠି ଭଙ୍ଗାଘରେ ଶିକ୍ଷାଦାନ ଚାଲୁଛି ତ ଆଉ କେଉଁଠି ପିଲାମାନେ ବସିବା ଲାଗି ଚୌକି ଟେବୁଲ ନାହିଁ। ହେଲେ ପଞ୍ଚାୟତ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି, ବିଭାଗୀୟ ଅଧିକାରୀଙ୍କ ଉଦ୍ୟମରେ ଗ୍ରାମପଞ୍ଚାୟତ ବିକାଶ ଯୋଜନାରେ ସାମିଲ ହୋଇଥିବା ବହ୍ଲଭ ଗ୍ରାମର ୨ ଅଙ୍ଗନୱାଡି କେନ୍ଦ୍ର ସାରା ଜିଲାରେ ସୃଷ୍ଟି କରିଛି ନିଆରା ଉଦାହରଣ। ଏଠାରେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର (କ)କୁ ୧୪ତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନ (୧ ଲକ୍ଷ ୫୦ ହଜାର ଟଙ୍କା) ଓ ଅଙ୍ଗନୱାଡି କେନ୍ଦ୍ର (ଖ)କୁ ୧୫ତମ କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନ (୧ଲକ୍ଷ ୮୦ହଜାର ଟଙ୍କା)ରେ ନୂଆ ରୂପ ଦିଆଯାଇଛି। ପ୍ରାକ୍‌ ବିଦ୍ୟାଳୟରେ ଉପସ୍ଥାନ ବଢ଼ାଇବା, ଶିଶୁଙ୍କୁ ଅଙ୍ଗନୱାଡି କେନ୍ଦ୍ର ପ୍ରତି ଆକୃଷ୍ଟ କରାଇବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ସରକାରୀ ଅର୍ଥ ବିନିଯୋଗ କରି ଅଙ୍ଗନୱାଡି କେନ୍ଦ୍ର ପରିସରରେ ଫୁଲ ବଗିଚା କରାଯାଇଛି। ବିଭିନ୍ନ ଶିକ୍ଷଣୀୟ ଚିତ୍ର ଅଙ୍କାଯାଇଥିବାବେଳେ ଚେୟାର ଟେବୁଲ ଯୋଗାଇ ଦିଆଯାଇଛି। ବିଶୁଦ୍ଧ ଜଳ ପାଇଁ ଆକ୍ୱାଗାର୍ଡ ଲଗାଯାଇଛି। ପିଲାଙ୍କ ମନୋରଞ୍ଜନ ପାଇଁ ଟିଭି ମଧ୍ୟ ପ୍ରଦାନ କରାଯାଇଛି। ପଞ୍ଚାୟତ ପ୍ରଶାସନ ଉଦ୍ୟମରେ ଜିଲାରେ ପ୍ରଥମ ଥର ଏଭଳି ଦୁଇଟି ଅଙ୍ଗନଓ୍ବାଡି କେନ୍ଦ୍ରର ବିକାଶ କରାଯାଇଛି। ଆଗାମୀ ଦିନରେ ସବୁ ପଞ୍ଚାୟତ ପକ୍ଷରୁ ଏଭଳି ଉଦ୍ୟମ କରାଗଲେ ଶିଶୁଙ୍କ ପ୍ରାକ୍‌ଶିକ୍ଷା ଫଳପ୍ରଦ ହେବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ
ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୨୦୧୯ରେ ବ୍ରହ୍ମପୁରକୁ ଏକ୍ସପୋଜର ଭିଜିଟ୍‌ରେ ଯାଇଥିବାବେଳେ ପଞ୍ଚାୟତ ପକ୍ଷରୁ କରାଯାଇଥିବା ରୁରାଲ ପାର୍କ, ଅଙ୍ଗନୱାଡି କେନ୍ଦ୍ର ବୁଲି ଦେଖିଥିଲୁ। ପଞ୍ଚାୟତରେ ଏହା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। କେନ୍ଦ୍ରୀୟ ଅର୍ଥ ଆୟୋଗ ଅନୁଦାନ ଟଙ୍କାରେ ୨ ଅଙ୍ଗନଓ୍ବାଡି କେନ୍ଦ୍ରର ଉନ୍ନତୀକରଣ କରାଯାଇଛି। ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁ ସମ୍ଭବ।
-ସୁବୋଧ କୁମାର ପଣ୍ଡା, ବାଇଁଶିଆ ସରପଞ୍ଚ
ଆକୃଷ୍ଟ କରୁଛି ବାତାବରଣ
ପଞ୍ଚାୟତ ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାନୀୟଜଳ, ବିଦ୍ୟୁତ୍‌ ସଂଯୋଗ ବ୍ୟବସ୍ଥା କରାଯାଇଛି। ଶିକ୍ଷାଦାନକୁ ଅଧିକ ଫଳପ୍ରଦ କରିବାକୁ ଟିଭି ଦିଆଯାଇଛି। ଚିତ୍ର ମାଧ୍ୟମରେ ଶିକ୍ଷାଦାନ ଲାଭଦାୟକ ସାବ୍ୟସ୍ତ ହୋଇଛି। ପ୍ଲେ-ସ୍କୁଲ ଭଳି ଏଠାରେ ସବୁ ଆବଶ୍ୟକ ସୁବିଧା କରାଯାଇଛି। ଏଭଳି ବାତାବରଣ ପିଲାଙ୍କ ମଧ୍ୟରେ ପାଠପଢ଼ିବା ଏବଂ ନିୟମିତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଆସିବା ଲାଗି ଆଗ୍ରହ ସୃଷ୍ଟି କରିଛି।
-ସଂଯୁକ୍ତା ନାୟକ, ଅଙ୍ଗନୱାଡି କର୍ମୀ, ବହ୍ଲଭ (କ) କେନ୍ଦ୍ର
ସବୁ ପଞ୍ଚାୟତରେ ଲାଗୁ ହେଉ
ବଲ୍ଲଭ ଗ୍ରାମର ଦୁଇ ଅଙ୍ଗନଓ୍ବାଡି ଅନ୍ୟମାନଙ୍କ ପାଇଁ ଆଦର୍ଶ। ଭୟମୁକ୍ତ ବାତାବରଣ ଭିତରେ ପିଲାମାନଙ୍କ ପାଠପଢ଼ିବା ଲାଗି ଏଠାରେ ଆବଶ୍ୟକ ସମସ୍ତ ସୁବିଧା କରାଯାଇଛି। ଏହାପରେ ଗ୍ରାମର ସବୁ ଛୋଟ ଛୋଟ ପିଲା ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରତି ପଞ୍ଚାୟତରେ ସରକାରୀ ଅନୁଦାନର ଏଭଳି ସୁବିନିଯୋଗ ହେବା ଉଚିତ। ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ଉନ୍ନତୀକରଣ କରାଗଲେ ଡ୍ରପ୍‌ ଆଉଟ୍‌ ହାର କମିବ।
-ଅଭିରାମ ପଣ୍ଡା, ଯାଞ୍ଚ କମିଟି ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୩ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ମାଷ୍ଟରମାଇଣ୍ଡ କିଏ ଜାଣନ୍ତି? ମହଙ୍ଗା କାର ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରତି ରଖନ୍ତି ରୁଚି

ଶ୍ରୀନଗର,୨୩।୪: ଜମ୍ମୁ-କାଶ୍ମୀର ମାଟିରେ ପୁଣି ଥରେ ଆତଙ୍କବାଦ ମାଡ଼ି ଆସିଛି। ପହଲଗାମ୍‌ର ବୈସାରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଛନ୍ତି। ରିପୋର୍ଟ...

ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ବିଳମ୍ବ ଜମି ଜଙ୍ଗଲମୁକ୍ତି ଆନ୍ଦୋଳନ କମିଟିର ଧାରଣା ଚେତାବନୀ

ନୂଆପଡ଼ା,୨୩ା୪ (ମକାରୁ ବେମାଲ)-ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧିତ ଆଇନ ୨୦୧୨ କାର୍ଯ୍ୟକାରିତାରେ ପ୍ରଶାସନର ଅହେତୁକ ବିଳମ୍ବ ସାଙ୍ଗକୁ ପଟ୍ଟା ପ୍ରଦାନରେ ସ୍ବଚ୍ଛତା ରହୁ...

ଉପତ୍ୟକାକୁ ଫେରିଲା ଆତଙ୍କବାଦ: ଆଜି କଶ୍ମୀର ବନ୍ଦ

ଶ୍ରୀନଗର/ପହଲଗାମ୍‌,୨୩।୪:ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ମୃତକଙ୍କ...

ଆତଙ୍କବାଦ ଆକ୍ରମଣକୁ ନେଇ ଆକ୍ସନ ମୋଡ୍‌ରେ ମୋଦି: ବିମାନରୁ ଓହ୍ଲାଇବା ମାତ୍ରେ ଡୋଭାଲଙ୍କ ସହ କଲେ ବୈଠକ

ନୂଆଦିଲ୍ଲୀ,୨୩।୪: କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀ। ପହଲଗାମ୍‌ ଜିଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି। ପ୍ରାକୃତିକ...

ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କର:ଜିଲା ବିକାଶ ସମନ୍ବୟ-ତଦାରଖ କମିଟି ବୈଠକରେ ନିର୍ଦ୍ଦେଶ

ବରଗଡ,୨୩।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶନିବାର ଜିଲା ବିକାଶ ସମନ୍ବୟ ଏବଂ ମନିଟରିଂ କମିଟି ଦିଶାର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍‌ ପୈଠ କରି ନ ଥିଲେ ବି ବିଦ୍ୟୁତ୍‌ କାଟ ହେବନ

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ତାପମାତ୍ରା ଏବେ ଅଧିକାଂଶ ଜିଲାରେ ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ସ୍ଥିତିରେ ଏକାଧିକ...

ତଳାମପଦର ଅଞ୍ଚଳରେ କାଳବୈଶାଖୀ ପ୍ରଭାବ: ଉଡ଼ିଗଲା ଆଜବେଷ୍ଟସ୍‌

ଥୁଆମୂଳ ରାମପୁର,୨୩ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳାମପଦର ପଞ୍ଚାୟତର ତଳାମପଦର ଓ ଚୁଲବାଡିରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image