ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଅଙ୍ଗନଓ୍ବାଡ଼ି କର୍ମୀ

ଭୁବନେଶ୍ୱର,୧୮ା୯(ଅନୁରାଧା ମହାରଣା): ଅଙ୍ଗନଓ୍ବାଡ଼ି କର୍ମୀ, ସହାୟିକା ଓ ମିନି ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଭତ୍ତା ବୃଦ୍ଧି ସହ ଆଉ କେତେକ ଦାବି ପୂରଣ ନ ହେବାରୁ ପୁଣି ଆନ୍ଦୋଳନ ଧମ ଦେଇଛି ଅଙ୍ଗନଓ୍ବାଡ଼ି କର୍ମଚାରୀ ୟୁନିଅନ ସଂଯୁକ୍ତ ମୋର୍ଚ୍ଚା। ଅକ୍ଟୋବର ୩ରେ ବଡ଼ଧରଣର ବିକ୍ଷୋଭ ପ୍ରଦର୍ଶନ କରିବେ ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକା। ଦାବି ପୂରଣ ପାଇଁ ଗତ ମାର୍ଚ୍ଚରେ ସେମାନେ ଆନ୍ଦୋଳକୁ ଓହ୍ଲାଇଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆଲୋଚନା ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲେ। ମାତ୍ର ବର୍ତ୍ତମାନ ସୁଦ୍ଧା ଦାବି ପୂରଣ ନେଇ କୌଣସି ଘୋଷଣା କରାଯାଇନାହିଁ। ତେଣୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ, ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡ଼ି ଓ୍ବାର୍କର୍ସ ଆଣ୍ଡ୍‌ ହେଲପର୍ସ ଆସୋସିଏଶନ ଏବଂ ପଶ୍ଚିମ ଓଡ଼ିଶା ଅଙ୍ଗନାଓ୍ବ୍‌ାଡ଼ି କର୍ମୀ ଓ ସହୟିକା ସଂଘକୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି।

Share