କାମୁଡିଲା ସାପ: ଅଙ୍ଗନୱାଡି କର୍ମୀଙ୍କୁ ଡାକ୍ତରଖାନାକୁ ନ ନେଇ ନେଇଥିଲେ ଗୁଣିଆ ପାଖକୁ, ତା’ପରେ…

ଗଜପତି,୨୩।୯(ଗିରିଧାରୀ ପରିଛା): ଅନ୍ଧ ବିଶ୍ବାସର କରୁଣ ପରିଣତି। ସାପ କାମୁଡାରେ ଅଙ୍ଗନୱାଡି କର୍ମୀ ମୃତ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଅଡବା ଥାନା ଦମାଦୁଆ ଗ୍ରାମ ପଞ୍ଚାୟତ ଘୋଡ଼ାପଙ୍କା ଗାଁରେ। ଗାଁର ବିପିନ କୁମାର ପାଟମାଝୀଙ୍କ ସ୍ତ୍ରୀ ସରସ୍ବତୀ ମଲ୍ଲିକ ଘୋଡ଼ାପଙ୍କା ଗାଁରେ ଅଙ୍ଗନୱାଡି କର୍ମୀ ଭାବେ କାର୍ଯ୍ୟରତ ଥିଲେ। ରବିବାର ରାତିରେ ସରସତୀଙ୍କୁ ବିଷାକ୍ତ ସାପ କମୁଡିଥିଲା। ସାପ କାମୁଡା ପରେ ପରିବାର ଲୋକେ ମେଡିକାଲ ନ ନେଇ ପ୍ରଥମେ ରାଣ୍ଡିପଙ୍କା ଗାଁକୁ ଝଡାଫୁଙ୍କା କରିବା ପାଇଁ ନେଇ ଯାଇଥିଲେ। ହେଲେ ସେଠାରେ ସରସ୍ବତୀଙ୍କ ଦେହ ଅଧିକା ଗୁରୁତର ହେବାରୁ ଆଉ ଏକ ଗୁଣି ଗାରେଡ଼ି ଉପଚାର କରୁଥିବା ଲୋକ ପାଖକୁ ଯିବା ବେଳ ରାସ୍ତାରେ ମୃତ୍ୟୁବରଣ କରିଥିଲେ।