Advertisement

କଲମ ଛାଡ଼ିଲେ ଅଙ୍ଗନୱାଡି କର୍ମୀ

ପରଜଙ୍ଗ, ୨୪।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନେ ୮ ଦଫା ପୂରଣ ଦାବିରେ ଶୁକ୍ରବାରଠାରୁ କଲମ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ୨୦୯ ଅଙ୍ଗନଓ୍ବାଡି କର୍ମୀ ଏବଂ ୧୭୦ ସହାୟିକା ହନୁମାନ ବାଟିକାଠାରୁ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆନ୍ଦୋଳନ ସମୟରେ ବହିଷ୍କୃତ ୬ ଅଙ୍ଗନଓ୍ବାଡି କର୍ମୀଙ୍କୁ ପୁନଃନିଯୁକ୍ତି, ସରକାରୀ କର୍ମଚାରୀ ମାନ୍ୟତା, ମିନି ଅଙ୍ଗନଓ୍ବାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନବାଡି କର୍ମୀ ମାନ୍ୟତା, ଅବସରକାଳୀନ ସହାୟତା, ଗଁା କଲ୍ୟାଣ ସମିତିରୁ ଅଙ୍ଗନଓ୍ବାଡି କର୍ମୀଙ୍କୁ ବାଦ୍‌, ଅଭିଜ୍ଞତା ଆଧାରରେ ପ୍ରି-ପ୍ରାଇମେରି ଶିକ୍ଷୟିତ୍ରୀ ମାନ୍ୟତା, ୫୦% ଅଙ୍ଗନଓ୍ବାଡି କର୍ମୀଙ୍କୁ ପଦୋନ୍ନତି, ସ୍ନାତକ ଶିକ୍ଷାଗତ ଯୋଗ୍ୟତା ଥିବା ଅଙ୍ଗନବାଡି କର୍ମୀଙ୍କୁ ସୁପରଭାଇଜର ଭବେ ପଦୋନ୍ନତି ଦେବାକୁ ଦାବି କରାଯାଇଛି। ଶୋଭାଯାତ୍ରାରେ ଜିଲା ସଂଘ ସମ୍ପାଦିକା ମାନସୀ ମହାପାତ୍ର, ବ୍ଲକ ସଂଘ ସଭାନେତ୍ରୀ ନୀଳଞ୍ଜନା ରଥ, ସମ୍ପାଦିକା କିରଣବାଳା ସାହୁ, କୋଷଧ୍ୟକ୍ଷା ଗାୟତ୍ରୀ ପଣ୍ଡା, ଜିଲା ପ୍ରଭାରୀ ସଞ୍ଜୟ ଦେହୁରୀ, ଶ୍ରୀନିବାସ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ। ଦାବିପୂରଣ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share