ଆମ୍ବଟାକୁଆ ଜନିତ ମୃତ୍ୟୁ ଘଟଣା: ପ୍ରଶାସନର ବଡ଼ ପଦକ୍ଷେପ, ଘରକୁ ଘର ବୁଲି ସଚେତନ କରୁଛନ୍ତି ଅଙ୍ଗନବାଡ଼ି କର୍ମୀ

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ଆମ୍ବଟାକୁଆ ଖାଇ ମାଣ୍ଡିପଙ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗାଁରେ ଏପରି ଅଘଟଣ ଘଟିବା ପରେ ପ୍ରଶାସନ ତତ୍ପର ହୋଇଉଠିଛି। ତେବେ ଆମ୍ବଟାକୁଆକୁ ଖାଦ୍ୟ ଭାବେ ନ ଖାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ଶନିବାର ଠାରୁ ଜିଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦ୍ଦେଶ କ୍ରମେ ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନ କାର୍ଯ୍ୟ ଆରମ୍ଭ କରାଯାଇଛି। ଦାରିଙ୍ଗବାଡ଼ି ସମନ୍ବିତ ମହିଳା ଓ ଶିଶୁ ବିକାଶ ଯୋଜନା ଅଧିକାରିଣୀ ସନ୍ଧ୍ୟାରାଣୀ ପଣ୍ଡାଙ୍କ ନେତୃତ୍ୱରେ ଗାଁକୁ ଗାଁ ବୁଲି ଅଙ୍ଗନଓ୍ବାଡ଼ି ଓ ଆଶା କର୍ମୀମାନେ ଲୋକଙ୍କୁ ସଚେତନ କରାଇବା ସହ ଆମ୍ବଟାକୁଆ ନ ଖାଇବାକୁ ପରାମର୍ଶ ଦେଇଛନ୍ତି।

ସେପଟେ ମାଣ୍ଡିପଙ୍କାରେ ଘଟିଥିବା ଘଟଣା ଉପରେ ଜିଲା ପ୍ରଶାସନ ଓ ଜିଲା ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଅନୁଧ୍ୟାନ ସହ ଘଟଣାର ତଦନ୍ତ କରାଯାଇ ରିପୋର୍ଟ ଦିଆଯାଇଛି।

ଜିଲାପାଳ ଅମ୍ରିତ ଋତୁରାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମ୍ବଟାକୁଆ ନୁହଁ, ଖାଦ୍ୟ ବିଷାକ୍ତ ଯୋଗୁ ଦୁଇଜଣଙ୍କ ମୃତ୍ୟୁ ହେବା ସହ ୬ ଜଣଙ୍କ ସ୍ବାସ୍ଥ୍ୟ ବିଗିଡ଼ି ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ଜିଲା ପ୍ରଶାସନ ପଦକ୍ଷେପ ନେଉଛନ୍ତି। ଅନ୍ୟପକ୍ଷରେ ଏତେବଡ଼ ଘଟଣା ଘଟିବା ପରେ ପ୍ରଶାସନ ପିଡିଏସ୍‌ ଚାଉଳ ବଣ୍ଟନ କରିବା ପରେ ମଧ୍ୟ ମାଣ୍ଡିପଙ୍କା ଗ୍ରାମରେ ଶନିବାର ମଧ୍ୟ ଆମ୍ବଟାକୁଆ ପ୍ରସ୍ତୁତ କରି ଖାଇଥିବା ଜଣାପଡ଼ିଛି। କିଭଳି ପ୍ରସ୍ତୁତ କରାଯାଉଛି ଓ ତା’ର ବ୍ୟବହାର ସମ୍ପର୍କରେ ମାଣ୍ଡିପଙ୍କା ଗ୍ରାମବାସୀ କଂଗ୍ରେସର ବରିଷ୍ଠ ନେତା ଶ୍ରୀକାନ୍ତ ଜେନାଙ୍କ ଗସ୍ତ ସମୟରେ ମହିଳାମାନେ ବଖାଣିଛନ୍ତି। ଗ୍ରାମରେ ଏବେ ସ୍ଥିତି ଧୀରେ ଧୀରେ ସୁଧୁରି ଆସୁଥିବା ବେଳେ ଶୋକାକୁଳ ପରିସ୍ଥିତି ରହିଛି।

ସେହିପରି ଗ୍ରାମର ମହିଳାମାନେ କହିଛନ୍ତି ଯେ, ପରିବାରରେ ୭ ଜଣ ରହିଥିବା ବେଳେ ମାତ୍ର ୧୫ରୁ ୨୦ କିଲୋ ଚାଉଳ ମିଳୁଛି। ତେଣୁ ସରକାର ୫ ବଦଳରେ ୧୦ କିଲୋ ଚାଉଳ ଦେବା ସହ ସଠିକ୍‌ ସମୟରେ ଚାଉଳ ଦେବାକୁ ନିବେଦନ କରିଛନ୍ତି। ସେହିପରି ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ ସୁଦ୍ଧା ସେମାନଙ୍କୁ ପ୍ରାପ୍ୟ ଏଯାବତ୍‌ ମିଳି ନ ଥିବା ଗ୍ରାମର ମହିଳାମାନେ କହିଛନ୍ତି। ସରକାର ତାଙ୍କ ସମସ୍ତ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖର୍ଚ୍ଚ କଲେ ଧନ ବଢ଼ିବ; ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ…

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର...

ଶାହାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ, ଏବେ ପାକ୍‌ ବିରୋଧରେ ମୋଦି ନେବେ ବଡ଼ ଆକ୍ସନ

ନୂଆଦିଲ୍ଲୀ,୨୩।୪: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ଏପରି ବର୍ବର ଆକ୍ରମଣ ପରେ,...

Pahalgam Terror Attack: ପାକିସ୍ତାନ ଏୟାର ସ୍ପେସ ଦେଇ ସାଉଦି ଯାଇଥିଲେ ମୋଦି, ଲେଉଟାଣି ବେଳେ କାହିଁକି ଡାଇଭର୍ଟ ହେଲା ରୁଟ୍‌, ଜାଣନ୍ତୁ

ନୂଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଉଦି ଆରବରୁ ଫେରିବା ସମୟରେ ପାକିସ୍ତାନୀ ଆକାଶ ସୀମା ବ୍ୟବହାର କରି ନଥିଲେ। ପହଲଗାମ Terror Attack ପରେ ପ୍ରଧାନମନ୍ତ୍ରୀ...

IPLରେ ଇତିହାସ ରଚିଲେ କେ.ଏଲ ରାହୁଲ: ହାସଲ କଲେ ବଡ଼ ରେକର୍ଡ

ନୂଆଦିଲ୍ଲୀ,୨୩।୪: କେଏଲ ରାହୁଲ ଆଇପିଏଲ ଇତିହାସରେ ଦ୍ରୁତତମ ୫,୦୦୦ ରନ ପୂରଣ କରିଥିବା ଖେଳାଳି ହୋଇଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌ରେ ଏହି ସଫଳତା...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ବଡ଼ ଅଭିଯୋଗ ଆଣିଲେ ପରିବାର ଲୋକେ

ଦିଗପହଣ୍ଡି,୨୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ିି ପଞ୍ଚାୟତ ବିରି ବାଡ଼ିଆ ଗ୍ରାମର ଚିତ୍ରସେନ ମଲ୍ଲିକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଖବରପାଇ ବୁଧବାର...

Jammu Kashmir Terror Attack: ଚିହ୍ନଟ ହେଲେ ଆତଙ୍କବାଦୀ, ଏବେ ଏୟାରଷ୍ଟ୍ରାଇକ୍‌…

ନୂଆଦିଲ୍ଲୀ,୨୩।୪: ଜମ୍ମୁ ଓ କଶ୍ମୀର ପୋଲିସ ପହଲଗାମ ଆତଙ୍କବାଦୀ ଆକ୍ରମଣର ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସ୍କେଚ ଜାରି କରିଛି। ଏହି ସନ୍ଦିଗ୍ଧମାନଙ୍କୁ ଆସିଫ ଫୁଜି,...

PSL: ପଡ଼ିଆ ମଝିରେ ଓ୍ବିକେଟ କିପରଙ୍କୁ ମୁଥ ମାରିଲେ ବୋଲର, ଲହୁଲୁହାଣ ହେଲା…

ଇସଲାମାବାଦ,୨୩।୪: ପାକିସ୍ତାନ ସୁପର ଲିଗ ବା PSL ଆରମ୍ଭ ହେବା ଦିନଠାରୁ, କିଛି ବିବାଦ ଏବଂ ଘଟଣା ଘଟିଛି ଯାହା କ୍ରିକେଟକୁ ବାରମ୍ବାର ହସର ଖୋରାକ...

ବ୍ୟାଙ୍କ ସ୍ଥାନାନ୍ତରକୁ ଲୋକଙ୍କ ବିରୋଧ: ରାସ୍ତାରୋକୋ କଲେ ଉପଭୋକ୍ତା

ଭଦ୍ରକ, ୨୩।୪(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବରପଦା ବଜାରରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଶାଖା ସ୍ଥାନାନ୍ତରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image