ଅଙ୍ଗନଓ୍ବାଡ଼ି କର୍ମୀ, ସହାୟିକାଙ୍କ ପ୍ରୋତ୍ସାହନ ରାଶି ବଢ଼ିଲା

ଭୁବନେଶ୍ୱର,୮ା୧(ବ୍ୟୁରୋ): ରାଜ୍ୟ ସରକାର ଶନିବାର ଅଙ୍ଗନଓ୍ବାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ସହାୟିକାମାନେ ୬୨ ବର୍ଷ ବୟସରେ ସେବା ନିବୃତ ହେବା ସମୟରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଦିଆଯାଉଥିବା ବେଳେ ସରକାର ଏହାକୁ ବଢ଼ାଇ ଦେଇଛନ୍ତି।

ପୂର୍ବରୁ ୨୦ ହଜାର ଟଙ୍କା ଦିଆଯାଉଥିଲା। ଏବେ ଏକକାଳୀନ ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ମିନି ଅଙ୍ଗନଓ୍ବାଡ଼ି କର୍ମୀମାନଙ୍କର ପ୍ରୋତ୍ସାହନ ରାଶି ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିଭଳି ଅଙ୍ଗନଓ୍ବାଡ଼ି ସହାୟିକାମାନଙ୍କର ପ୍ରୋତ୍ସାହନ ରାଶି ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

ନୂତନ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁୟାରୀ ପହିଲା ଠାରୁ ଲାଗୁ କରାଯାଇଛି। ଫଳରେ ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯୯୧ ଜଣ ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ସହାୟିକା ଉପକୃତ ହେବେ। ଅନ୍ୟପକ୍ଷରେ ସରକାରଙ୍କ ଏହି ଘୋଷଣା ଦ୍ୱାରା ରାଜ୍ୟର ମୋଟ୍‌ ୧ ଲକ୍ଷ ୩୦ ହଜାର ଅଙ୍ଗନଓ୍ବାଡ଼ି କର୍ମୀ ଉପକୃତ ହେବେ।

ସେହିଭଳି ଅଙ୍ଗନଓ୍ବାଡ଼ି କର୍ମୀ, ମିନି ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଅଙ୍ଗନଓ୍ବାଡ଼ି ସହାୟିକାମାନେ କାର୍ଯ୍ୟରତ ଥିବା ସମୟରେ ଅସୁସ୍ଥତା ଯୋଗୁ କୌଣସି ସରକାରୀ କିମ୍ବା ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ, ସେମାନଙ୍କୁ ସେହି ସମୟ ପାଇଁ ପ୍ରତିବର୍ଷ ସବୈତନିକ ଚିକିତ୍ସା ଛୁଟି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀପଠାରେ ବାଣ ବଜାର, ସୁରକ୍ଷା ବ୍ୟବସ୍ଥା ଶୂନ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ପଠାରେ ଖୋଲିଛି ବାଣ ବଜାର। ସ୍ଥାନୀୟ ଅଗ୍ନିଶମ ବିଭାଗ ନଦୀକୂଳରେ ବାଣ ବଜାର ଖୋଲିବା ପାଇଁ...

ରାସ୍ତାରେ ଜଳିଗଲା ଚଳନ୍ତା ହାଇୱା

କୋରାପୁଟ/ନାରାୟଣପାଟଣା,୩୧।୧୦(ଅମିତାଭ ବେହେରା/ରାଜକିଶୋର ଜେନା) ଦୀପାବଳୀରେ ଏକ ଅଘଟଣ ସାମ୍‌ନାକୁ ଆସିଛି। କୋରାପୁଟ ଜିଲା ନାରାୟଣପାଟଣା ଥାନା ଅଧୀନ ବିଜାଘାଟି ବୁଢାପଣସ ନିକଟରେ ଗୁରୁବାର ଏକ ହାଇୱାରେ...

ଯାଯାବର ପରିବାରର ୫ଜଣଙ୍କୁ ନିର୍ମମ ହତ୍ୟା: ଅନୁଗୋଳରୁ ୧୩ଜଣଙ୍କୁ ଉଠାଇ ଆଣିଲା ପୋଲିସ ଟିମ୍‌

ସୁନ୍ଦରଗଡ଼,୩୧।୧୦(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ଥାନା ଅଧୀନ କରମଡିହି ଗୀତାପଡ଼ାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ଜଣ ମହିଳାଙ୍କ ସହ ୫ଜଣଙ୍କ ମୃତ୍ୟୁ ଘଟିଥିବା...

୭ଦିନିଆ ଲଣ୍ଡନ ଗସ୍ତରେ ଯିବେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୩୧।୧୦: ଆସନ୍ତା ନଭେମ୍ବର ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଲଣ୍ଡନ ଗସ୍ତରେ ଯିବେ। ଏଠାରେ ସେ ଓଡିଶା ପର୍ଯ୍ୟଟନ: ପ୍ରବାସୀ...

ରାଜଧାନୀରେ ଲଜ୍ଜା: ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୩୧ା୧୦: ରାଜଧାନୀ ଭୁବନେଶ୍ୱରରେ ଲଜ୍ଜା। ଜଣେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୀଡ଼ିତାଙ୍କ ବାନ୍ଧବୀ ନାବାଳିକା ସହ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ।...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଗାଁରେ ପରିବାର ଲୋକଙ୍କ ସହ ପାଳିବେ ଦୀପାବଳି

କେନ୍ଦୁଝର,୩୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ପହଞ୍ଚିଛନ୍ତି। ଏକ ସ୍ବତନ୍ତ୍ର ବିମାନରେ ଆସି ରାଇସୁଆଁ...

ଫୁଟ୍‌ପାଥରୁ ଦୀପାବଳି ପାଇଁ ପୂଜା ସାମଗ୍ରୀ କିଣିଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ପ୍ରତିବର୍ଷ…

ଭୁବନେଶ୍ୱର,୩୧ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାର୍ଣ୍ଡି ଭୁବନେଶ୍ୱରର ୧ ନଂ ହାଟ ପାଖ ଫୁଟ୍‌ପାଥରୁ ଦୀପାବଳି ପାଇଁ...

ବିଜେଡି ସଜନା ଗଛ ହେଲେ, ଆମେ ସଁବାଳୁଆ କାହିଁକି ଏମିତି କହିଲେ କର୍ପୋରେଟର ଅମରେଶ ଜେନା

ଭୁବନେଶ୍ୱର,୩୧ା୧୦: ଭୁବନେଶ୍ୱର ବିଜେଡିରେ ଥମୁନି କନ୍ଦଳ। ଜଣେ ପରେ ଜଣେ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସୁଛନ୍ତି। ଏବେ ଆଉ ଜଣେ ନେତା ତେର୍ଚ୍ଛାବାଣ ମାରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri