ଋଣ ବୋଝ ସହି ନ ପାରି ଅଙ୍ଗନଓ୍ବାଡି କର୍ମୀଙ୍କ ଆତ୍ମହତ୍ୟା

ଛତ୍ରପୁର,୧୩।୫(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ଛତ୍ରପୁର ଥାନା ଅଧୀନ ପୋଡ଼ାପଦର ଗ୍ରାମର ଜଣେ ଅଙ୍ଗନଓ୍ବାଡି କର୍ମୀ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ସୁଭାସିନୀ ପଣ୍ଡା। ଏ ଘଟଣାରେ ଛତ୍ରପୁର ପୋଲିସର ତଦନ୍ତ ଜାରି ରହିଛି । ସେ ଋଣ ନେଇଥିଲେ ଏବଂ ଋଣ ଅର୍ଥ ଆଦାୟକୁ କେନ୍ଦ୍ର କରି ଫାଇନାନ୍ସ କମ୍ପାନୀଙ୍କ ଚାପରେ ଥିବାରୁ ଏଭଳି କରିଥିବା କୁହାଯାଉଛି।

Share