ଅଙ୍ଗନଓ୍ବାଡି କର୍ମୀଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କୁ ଅଭିଯୋଗ

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଝରାପାଲ୍ଲୀ ପଞ୍ଚାୟତ କନାଗୁଡା ଗ୍ରାମ ଅଙ୍ଗନଓ୍ବାଡି କର୍ମୀ ଶ୍ରୀତି ଢାଲି ଟଙ୍କା ହଡ଼ପ କରିବାରୁ ତାଙ୍କ ନାମରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, କର୍ମୀ ଢାଲି ସେହି ଗ୍ରାମର ଜଣେ ବିଧବା ମହିଳା ରତ୍ନା ପଡିଆମିଙ୍କ ଶ୍ରମିକ କାର୍ଡରେ ତାଙ୍କ ସ୍ବାମୀ ଗଙ୍ଗା ପଡିଆମିଙ୍କ ଇନ୍‌ସ୍ୟୁରାନ୍ସ ୧ ଲକ୍ଷ ଟଙ୍କା ମିଳିବ ବୋଲି କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଇ ୧ ବର୍ଷ ପୂର୍ବେ ଲେବର ଅଫିସ୍‌ରେ ଦାଖଲ କରିଥିଲେ ା ୨୦୨୪ ଜାନୁଆରୀ ୧୬ରେ ୧ ଲକ୍ଷ ଟଙ୍କା ତାଙ୍କ ଜମାଖାତାରେ ଆସିଥିବା ଜାଣି ଅଙ୍ଗନଓ୍ବାଡି କର୍ମୀ ଢାଲି ରତ୍ନାଙ୍କୁ ୧୮ା୧ା୨୪ ଦିନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ପଦ୍ମଗିରି ଶାଖାକୁ ଡାକିନେଇ ସମସ୍ତ ଟଙ୍କା ଉଠାଇ ସେଥିରୁ ୪୦ ହଜାର ଟଙ୍କା ରତ୍ନାଙ୍କୁ ଦେଇ ବଳକା ଟଙ୍କା ବଡ଼ବାବୁଙ୍କୁ ଦିଆଯିବ ବୋଲି କହି ନେଇଯାଇଥିଲେ। ଏ ବିଷୟରେ କାହାକୁ ନ କହିବାକୁ କହିଥିଲେ ା ଏ ସମ୍ପର୍କରେ ଗ୍ରାମର କେତେଜଣ ବ୍ୟକ୍ତି ଜାଣିଲା ପରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ପଚାରିବାରୁ ସେ ଓଲଟା ଗାଳିଗୁଲଜ କରିବା ସହ ଟଙ୍କା ସମ୍ବନ୍ଧରେ ସେ କିଛି ଜାଣି ନ ଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୬ଘଣ୍ଟା ପରେ ଅନଶନ ଭାଙ୍ଗିଲେ ସମବାୟ ସମିତି ବୋର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୨୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବୃହଦାଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟମାନେ ବିଭିନ୍ନ ଦାବି ନେଇ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର...

ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ୍‌ ଘଟଣା: ଉପଜିଲାପାଳଙ୍କୁ ତଦନ୍ତ ତିପୋର୍ଟ ପ୍ରଦାନ

ଛତ୍ରପୁର, ୨୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ପାତ୍ରପୁର ବ୍ଲକର ଯୋଗାଣ ନିରୀକ୍ଷକଙ୍କ ଲାଞ୍ଚ ନେବା ଏକ ଭିଡ଼ିଓ ରେକର୍ଡିଙ୍ଗ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।...

ଅତିରିକ୍ତ ଜିଲାପାଳଙ୍କୁ ଭାଜପା ଜିଲା ସଭାପତିଙ୍କ ଦୁର୍ବ୍ୟବହାର ଅଭିଯୋଗ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିହାର ରଞ୍ଜନ କହଁରଙ୍କୁ ଭାଜପା ଜିଲା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ...

ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା: ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

କର୍ଲାମୁଣ୍ଡା,୨୧।୩(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପ୍ୟାରେଡ଼ ପଡିଆଠାରେ ଜିଲାସ୍ତରୀୟ ଦିବ୍ୟାଙ୍ଗ କ୍ରୀଡା ମେଳା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଜିଲା...

ବିନା ସେଫ୍ଟିରେ ଚାଲିଛି ପାଣି ଟାଙ୍କି ନିର୍ମାଣ

ଗଞ୍ଜାମ,୨୧ା୩(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୧୧ ଓ ୧୨ ଦାମୋଦରପୁର କାଳୀମନ୍ଦିରସ୍ଥିତ କଲେଜ ରୋଡ୍‌ଠାରେ ବହୁ ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି...

ଅପହଞ୍ଚ ଅଞ୍ଚଳକୁ ଟ୍ୟାଙ୍କରରେ ହେଉଛି ଜଳ ଯୋଗାଣ

ସମ୍ବଲପୁର,୨୧ା୩(ପ୍ରମୋଦ ବହିଦାର): ସମ୍ବଲପୁର ମହାନଗରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୯ଟି ଜଳ ବିଶୋଧନାଗାର ରହିଛି। ପାନୀୟ ଜଳ ବିତରଣକାରୀ ସଂସ୍ଥା ୱାଟ୍‌କୋ ସମ୍ପୂର୍ଣ୍ଣ...

ସାତଜନ୍ମର ସାଥୀ ହେଲେ ୨ ଦିବ୍ୟାଙ୍ଗ, ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ବରଗଡ଼,୨୧ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବନ୍ଧପାଲି ଗ୍ରାମର ଚଞ୍ଚଳା ମାଝୀ ଏବଂ ସମ୍ବଲପୁର ଜିଲା ଗମ୍ଭାରିପଙ୍କ ଗ୍ରାମର ଶାନ୍ତନୁ ମଟାରୀ ଜନ୍ମରୁ ଦିବ୍ୟାଙ୍ଗ। ଉଭୟେ ଭଲ...

ଶିଶୁବାଟିକାରେ ନାମଲେଖାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣପତ୍ର

ଦେବଗଡ଼,୨୧।୩(ଶଶାଙ୍କ ଶେଖର ଝାଙ୍କର): ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଜିଲାର ସରକାରୀ ବିଦ୍ୟାଳୟରେ ୫ ବର୍ଷରୁ ଊର୍ଦ୍ଧ୍ୱ ଶିଶୁମାନଙ୍କ ଶିଶୁବାଟିକା ଓ ୬ ବର୍ଷରୁ ଊଦ୍ଧ୍ୱର୍ର୍...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image