ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ

ବଲାଙ୍ଗୀର ଅଫିସ,୭ା୪: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର୍ସ ଆସୋସିଏଶନର ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆଠାରୁ ଏକ ବିଶାଳ ରାଲିରେ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଆସିଥିଲେ ା ଅଙ୍ଗନଓ୍ବାଡି କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟେ ସମ୍ପର୍କରେ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ତାହା ସମାଧାନ କରାଯାଉ ନ ଥିବା ଗୁରୁତର ଅଭିଯୋଗ କରିଛନ୍ତି ା ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗୀର ଜିଲାପାଳଙ୍କ ମାଧ୍ୟମରେ ୧୪ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି ା
ଜିଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲାପାଳ ଗୁରେଶ୍ୱର ଭୋଇ ଦାବିପତ୍ର ଗ୍ରହଣ କରି ରାଜ୍ୟ ସରକାରଙ୍କୁ ପଠାଇ ଦିଆଯିବ ବୋଲି କହିଥିଲେ ା ଅନ୍ୟପକ୍ଷରେ ରାଜ୍ୟ ସରକାର ଯଥା ସମୟରେ ଦାବି ପୂରଣ ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଜିଲା ସଭାନେତ୍ରୀ ସ୍ନିଗ୍ଧାଳି ନନ୍ଦ, ସମ୍ପାଦିକା ବିନୋଦିନୀ ପୁଟେଲ, ରସତ୍ରଲା ବାଗ, ଆରାଧନା ମିଶ୍ର,ଜ୍ୟୋତିର୍ମୟୀ ବାଗ, ଯଶୋବନ୍ତୀ ସୁନା, ଅରୁନ୍ଧତୀ ଭୁଏ, କୁଶୋଧରି ଚନ୍ଦନ, ଟିକେମଣି ଛତ୍ରିଆ, ବିନୋଦିନୀ ମେହେର, ଯାଜ୍ଞସେନୀ କୁମ୍ଭାର, ମୌନାବତୀ ପଧାନଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।

Share