ଅଙ୍ଗନଓ୍ବାଡି ଶିକ୍ଷକ ମାନ୍ୟତା ଦାବିରେ ଧାରଣା

ବଲାଙ୍ଗୀର ଅଫିସ,୧୮।୧୧: ପଶ୍ଚିମ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ ବଲାଙ୍ଗୀର ଜିଲା ଶାଖା ପକ୍ଷରୁ ବଲାଙ୍ଗୀର ଜିଲାପାଳ ଅଫିସ ସମ୍ମୁଖରେ ଶୁକ୍ରବାର ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କର୍ମୀଙ୍କୁ ସରକାରୀ ଅଙ୍ଗନଓ୍ବାଡି ଶିକ୍ଷକ ମାନ୍ୟତା ସହିତ ସର୍ବନିମ୍ନ ମାସିକ ଦରମା ୨୬ ହଜାର ଟଙ୍କା ଓ ପେନସନ, ସାମାଜିକ ନିରାପତ୍ତା ଯୋଗାଇଦେବାକୁ ଦାବି କରିଛନ୍ତି। ଏହାସହ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦୋନ୍ନତି ଯୋଜନା, ସମନ୍ବିତ ଶିଶୁ ବିକାଶ ଯୋଜନା ଘରୋଇକରଣ କରା ନ ଯିବା ଓ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ପରିଚାଳନା କରା ନ ଯିବାକୁ କହିଛନ୍ତି। ଏପରିକି ୨୦ ଦଫା ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଚଞ୍ଚଳ ରାଣାଙ୍କୁ ପ୍ରଦାନ କରିଛନ୍ତି । ଅଙ୍ଗନୱାଡି କର୍ମୀ କୋଶଳ କଳା ମଣ୍ଡଳ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲାପାଳ କାର୍ଯ୍ୟାଳୟକୁ ପହଞ୍ଚିଥିଲେ।

Share