ସଂଗଠନକୁ ମଜଭୁତ କରିବା ପାଇଁ ଅଙ୍ଗନଓ୍ବାଡି କର୍ମଚାରୀ ସଂଘର ଆହ୍ବାନ

ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ୍‌ ଓଡିଆ ଅଙ୍ଗନଓ୍ବାଡି ସଂଘ ଦାରିଙ୍ଗବାଡ଼ି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମିରଞ୍ଜିତା ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତୀୟ ମଜଦୂର ସଂଘ (ବିଏମ୍‌ଏସ୍‌)ର ଜିଲା ସଭାପତି ଅଶୋକ ପରିଡ଼ାଙ୍କ ସହ ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସମ୍ପାଦିକା ସାରଦା ପରିଛା, ଯୋଗଦେଇ ସଂଗଠନକୁ ମଜଭୁତ କରିବାକୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ଷେତ୍ରରେ କେତେଜଣ ସୁପରଭାଇଜର ଅସହଯୋଗ କରୁଥିବା ଅଭିଯୋଗ ହୋଇଥିଲା। ମାସ ମାସ ଧରି ପୋଷଣ ଅନୁଦାନ, କିଶୋରୀ ବାଳିକା ଅର୍ଥ, ଗ୍ୟାସ ଅର୍ଥ ମିଳିବାରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ଚାଉଳ ଓଜନରେ କମ୍‌ ,ଅଣ୍ଡାଦର ବଜାରରେ ଅତ୍ୟଧିକ ବୃଦ୍ଧି ହୋଇଥିବାବେଳେ ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେବା ଆବଶ୍ୟକ। ପ୍ରତ୍ୟେକ କର୍ମୀଙ୍କୁ ଦିଆଯାଉଥିବା ଅର୍ଥ କେଉଁ ବାବଦରେ ଦିଆଯାଉଛି ତାହା ଲିଖିତ ଭାବେ ଦେବାକୁ ଦାବୀ କରାଯାଇଛି। ଅଙ୍ଗନଓ୍ବାଡି କେନ୍ଦ୍ରକୁ ପିଲାମାନେ ଅଧିକାଂଶ ସମୟରେ ଖାଇବା ସମୟରେ ଆସୁଥିବା ବେଳେ ପରିଦର୍ଶନରେ ଆସୁଥିବା ସୁପର ଭାଇଜରମାନେ କମ୍‌ ସଂଖ୍ୟକ ଉପସ୍ଥାନ ଦେଉଥିବାରୁ କର୍ମୀମାନେ ବକେୟ ଟଙ୍କା ଶୁଝିବା କଷ୍ଟକର। ଏ ସମସ୍ୟା ସମ୍ପର୍କରେ ରାଜ୍ୟ ବୈଠକରେ ଆଲୋଚନା କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇବାକୁ ବିଏମ୍‌ଏସ୍‌ର ଜିଲା ସଭାପତି ଅଶୋକ ପରିଡ଼ା ସୂଚନା ଦେଇଥିଲେ। ଆଗାମୀ ଦିନରେ ଅଙ୍ଗନଓ୍ବାଡି ସଂଘର ବ୍ଲକ ସମ୍ମିଳନୀ ଓ ଜିଲା ସମ୍ମିଳନୀ ଆୟୋଜନ କରିବାକୁ ଆଲୋଚନା କରାଯାଇଥିଲା। ଗତ ୩୧ତାରିଖରେ ଦାରିଙ୍ଗବାଡ଼ି ବ୍ଲକ ସଂଘର ସମ୍ପାଦିକା ତଥା ରୁକାନବାଡ଼ିର କର୍ମୀ ପ୍ରମଦା ମଲ୍ଲିକ ଅବସର ନେଇଥିଲେ। ଏହି ଅବସରରେ ବୈଠକରେ ବିଏମ୍‌ଏସର ଜିଲା ସଭାପତି ଅଶୋକ ପରିଡ଼ା,ସଂଘର ଜିଲା ସଭାନେତ୍ରୀ ଶର୍ମିଷ୍ଠା ନାୟକ ଓ ସମ୍ପାଦିକା ସାରଦା ନାୟକ ବ୍ଲକ ସଂଘ ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଚିତ୍ରା ପ୍ରଧାନ, କୁନି ସାହୁ,ମହାଲକ୍ଷ୍ମୀ ସାହୁ ,ଜୟନ୍ତୀ ସିଂ,କାବେରୀ ମଲିକ,କୁମାରୀ ମହାପାତ୍ର, ମିନତି ନାୟକ ,ପୁଷ୍ପ ଦେବୀ ପ୍ରଧାନ ପ୍ରମୁଖଙ୍କ ସହ ୧୨ଟି ସେକ୍ଟରର ସଦସ୍ୟାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ଖେଳି ସମୁଦ୍ରରେ ଗାଧୋଇବା ହେଲା କାଳ: ସମୁଦ୍ରରେ ବୁଡି ଜଣେ ଛାତ୍ର ମୃତ

ଛତ୍ରପୁର,୧୫।୩(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜ଼ିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଆଜି ସକାଳୁ ସମସ୍ତ ଗାଁ ଓ...

ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ହୋଲି ଉତ୍ସବରେ କର୍ମୀଙ୍କୁ କରାଇଲେ ଶପଥ ପାଠ, ରାଲିରେ ପ୍ରକମ୍ପିତ ହେଲା ଜାତୀୟ ରାଜପଥ

କେସିଙ୍ଗା,୧୫.୩(ତୁମେଶର ସାହୁ): ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାଶ ସଭାପତି ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ଭୁବନେଶ୍ୱରରୁ ଏକ...

ସମୁଦ୍ର, ନଦୀ, ହ୍ରଦ ଉପରେ ଅଗ୍ନିଶମ ଟିମର ନଜର; ହୋଲି ଖେଳ ପରେ ଗାଧୋଇବେ ଲୋକେ

ଛତ୍ରପୁର, ୧୫।୩(ସନ୍ତୋଷ ପାଢ଼ୀ ): ହୋଲି ଖେଳ ପରେ ଗଞ୍ଜାମ ଜ଼ିଲ୍ଲାରେ ଥିବା ସମୁଦ୍ର, ଋଷିକୂଲ୍ୟା ନଦୀ ଏବଂ ତାମ୍ପରା ହ୍ରଦରେ ଲୋକେ ଗାଧୋଇବାକୁ ପସନ୍ଦ...

ପୁରୁଷୋତ୍ତମପୁର ଏସଡିପିଓଙ୍କ ନିଆରା ପ୍ରୟାସ

ପୁରୁଷୋତ୍ତମପୁର,୧୫।୩(ସିମାଞ୍ଚଳ ମିଶ୍ର): ଭାଇଚାରା ଓ ଗଣପର୍ବକୁ ହୋଲି ଗଞ୍ଜାମଜିଲା ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। କିପରି ଅଞ୍ଚଳରୁ ବଶୃଙ୍ଖଳା ଦୂରହୋଇ ସମସ୍ତେ...

ବିଡ଼ିଓଙ୍କୁ ସରପଞ୍ଚ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି (ଦିଲୀପ ଦାସ )୧୫।୩: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ନୂତନ ବିଡ଼ିଓ ଭାବେ ସୁକାନ୍ତ କୁମାର ପଟନାୟକ ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟରେ ଯୋଗ...

ଧୁମଧାମରେ ହୋଲି ପାଳନ କଲେ ଯୁବଗୋଷ୍ଠୀ

ଗଞ୍ଜାମ,୧୫।୩(ବିଦ୍ୟାଧର ସାହୁ ): ଗାଁ ରୁ ସହର ପଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ଧୂମଧାମରେ...

ଘୁମୁସର ଭଞ୍ଜ ରାଜବଂଶର ସ୍ମୃତି: ୩ ଦଶନ୍ଧି ଧରି ପାଳିତ ହେଉଛି କୁଲାଡ ଦୋଳଯାତ୍ରା

ଭଞ୍ଜନଗର,୧୫/୩(ବାବୁଲା ପ୍ରଧାନ): ଐତିହାସିକ ପୀଠ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମମାଟି ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡଠାରେ ପାଞ୍ଚ ଦିନ ଧରି ଚାଲିଥିବା ପ୍ରସିଦ୍ଧ...

ଗୋଦାମ ରେ ଅଗ୍ନିକାଣ୍ଡ: ଘରୁ ଜିନିଷପତ୍ର ନେଇ ଦୌଡିଲେ ଲୋକେ

ରାଉରକେଲା,୧୫/୩(ସଂଗୀତା ଜେନା): ବିଳମ୍ବିତ ରାତିରେ ରାଉରକେଲାରେ ଅଗ୍ନିକାଣ୍ଡ ଘଟିଛି। ରାଉରକେଲାର ଗାନ୍ଧୀ ରୋଡ ବସ୍ତିରେ ଥିବା ସୁରେଶ ଭାଙ୍ଗରଙ୍କ ଗୋଦାମରେ ଅପରାହ୍ନ ପ୍ରାୟ ୨ଟା ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image