ଅନେକଙ୍କୁ ପରୀ ରାଇଜର କାହାଣୀ ବହୁତ ଭଲ ଲାଗେ। ଆଉ ସେହିଭଳି ଏକ ଦୁନିଆରେ ରହିବାକୁ ବି ଅନେକେ ଇଚ୍ଛା କରନ୍ତି। ଷ୍ଟୁଆର୍ଟ ଗ୍ରାଣ୍ଟ ନାମକ ଜଣେ ବ୍ୟକ୍ତି ଫାଣ୍ଟାସିକୁ ନେଇ କରାଯାଇଥିବା ‘ଲର୍ଡ ଅଫ୍ ଦି ରିଙ୍ଗ୍ସ’ ଚଳଚ୍ଚିତ୍ରକୁ ବହୁତ ଭଲ ପାଇ ବସିଥିଲେ। ଆଉ ସେହି କାଳ୍ପନିକ ଦୁନିଆକୁ ବାସ୍ତବତାର ରୂପ ଦେବାକୁ ଚେଷ୍ଟା କରି ତିଆରି କଲେ ଏକ ହବିଟ୍ ହାଉସ୍। ହବିଟ୍ ହେଉଛି ମଣିଷ ଭଳି ଦେଖାଯାଉଥିବା ଏକ କାଳ୍ପନିକ ଚରିତ୍ର, ଯାହାର ଶରୀରର ଆକାର ଛୋଟ ଓ ଲୋମଶ ପାଦ ଥାଏ। ଲର୍ଡ ଅଫ୍ ଦି ରିଙ୍ଗ୍ସରେ ଏହି କାଳ୍ପନିକ ଚରିତ୍ର ରହୁଥିବା ଘରଟିକୁ ହବିଟ୍ ହାଉସ୍ କୁହାଯାଉଥିଲା। ଏହି ଘର ତାଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ସେ ଅବିକଳ ସେହିଭଳି ଏକ ହବିଟ୍ ହାଉସ୍ ତିଆରି କରିଥିଲେ, ଯାହାକି ସ୍କଟ୍ଲାଣ୍ଡର ତୋମିଚ୍ରେ ଅଛି। ଗୋଲାକାର ପ୍ରବେଶ ପଥ ମଧ୍ୟ ଦେଇ ଏହି ଘର ଭିତରକୁ ଗଲେ ମୁଣ୍ଡ ନୁଆଇଁ ଯିବାକୁ ହୁଏ। କାରଣ ଘରଟି ୫ ଫୁଟ୍ରୁ କମ୍ ଉଚ୍ଚତା ବିଶିଷ୍ଟ। ଏହାର ଲିଭିଂ ରୁମ୍ଟି ବେଶ୍ ଆକର୍ଷକ ଭାବେ ସଜାଯାଇଛି। ଏହା ମଧ୍ୟରେ ଡାଇନିଂ ରୁମ୍, କିଚେନ୍, ବେଡ୍ରୁମ୍ ଅଛି। ଏକ ସୁନ୍ଦର ଶିଡ଼ି ଦେଇ ଉପର ମହଲାକୁ ଯାଇ ହୁଏ। ସେଠାରେ ବାଥ୍ରୁମ୍, ଷ୍ଟଡି ରୁମ୍ ଓ ଆଉ ଏକ ବେଡ୍ରୁମ୍ ଅଛି। ଘର ଭିତର ଓ ବାହାରର ସାଜସଜ୍ଜା ପୂରାପୂରି ପରୀ କଥାର କାଳ୍ପନିକ ଦୁନିଆ ପରୀ। ତେଣୁ ଏହା ବେଶ୍ ଆକର୍ଷକ ଲାଗେ।