ଜାତିସଂଘ ଶରଣାର୍ଥୀ ଏଜେନ୍ସିର ସ୍ୱତନ୍ତ୍ର ଦୂତ ପଦରୁ ଇସ୍ତଫା ଦେଲେ ଆଞ୍ଜେଲିନା ଜୋଲି, ସିଧାସଳଖ ଯୋଡି ହେବେ ସଙ୍ଗଠନ ସହ

ଜେନେଭା,୧୭ ।୧୨: ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଜାତିସଂଘ ଶରଣାର୍ଥୀ ଏଜେନ୍ସିର ବିଶେଷ ଦୂତ ପଦବୀରୁ ଇସ୍ତଫା ଦେଇଛନ୍ତି । ଏବେ ସେ ସିଧାସଳଖ ଶରଣାର୍ଥୀ ଓ ସଙ୍ଗଠନ ସହ ଯୋଡି ହେବେ । ଏହି ଘୋଷଣା ଶୁକ୍ରବାର ଆଞ୍ଜେଲିନା ଜୋଲି ଓ ଜାତିସଂଘର ଉଚ୍ଚାୟୁକ୍ତ(ୟୁଏନଏଚଆରସି) ଏକ ମିଳିତ ବୟାନରେ ପ୍ରକାଶ କରିଛନ୍ତି । ଆଞ୍ଜେଲିନା ଜାତିସଂଘ ସହ ୨୦ରୁ ଅଧିକ ବର୍ଷ ହେବ ଯୋଡି ହୋଇଥିଲେ ।
ୟୁଏନଏଚଆରସିର ବୟାନରେ କୁହାଯାଇଛି କି ଆଞ୍ଜେଲିନା ଜୋଲି ସାରା ବିଶ୍ୱରେ ଜବରଦସ୍ତ ବିସ୍ଥାପିତ ଲୋକଙ୍କ ଅଧିକାର ଓ ସୁରକ୍ଷା ପାଇଁ ସ୍ୱର ଉଠାଉଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ସହ ସମର୍ପିତ ଓ ପ୍ରତିବଦ୍ଧିତ ଭାବେ ୨୦ରୁ ଅଧିକ ବର୍ଷ ହେବ କାମ କରି ଆସୁଛନ୍ତି । ଏବେ ସେ ୟୁଏନଏଚଆରସିର ସ୍ୱତନ୍ତ୍ର ଦୂତ ଭାବେ ମାନବୀୟ ଓ ମାନବାଧିକାର ପ୍ରସଙ୍ଗ ଉପରେ ବଡ ଭୂମିକା ନେବା ପରେ ଆଗକୁ ବଢିଛନ୍ତି ।

Share