ପାକ୍‌ ବନ୍ୟା ବିପନ୍ନଙ୍କୁ ଭେଟିଲେ ଆଞ୍ଜେଲିନା

ଇସ୍‌ଲାମାବାଦ୍‌: ହଲିଉଡ୍‌ ଅଭିନେତ୍ରୀ ତଥା ଜାତିସଂଘର ସ୍ବତନ୍ତ୍ର ପ୍ରତିନିଧି ଆଞ୍ଜେଲିନା ଜୋଲିି ମଙ୍ଗଳବାର ପାକିସ୍ତାନ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। କରାଚୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଆଞ୍ଜେଲିନା ପାକିସ୍ତାନର ଦକ୍ଷିଣାଞ୍ଚଳରେ ଥିବା ସିନ୍ଧ୍‌ ପ୍ରଦେଶ ଯାଇଥିଲେ। ଜୁନ୍‌ ମାସ ମଧ୍ୟ ଭାଗରେ ଦେଶରେ ପ୍ରବଳ ବର୍ଷା କାରଣରୁ ବନ୍ୟାସ୍ଥିତି ଉପୁଜିଥିଲା। ଏଥିରେ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ଷାଧିକ ଲୋକ ବାସହରା ହୋଇଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଞ୍ଜେଲିନା ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କିଛି ସ୍ଥାନ ପରିଦର୍ଶନ କରିବା ସହ ବନ୍ୟା ପୀଡ଼ିତଙ୍କ ସହ କଥା ହୋଇଥିଲେ।
ଏହାପୂର୍ବରୁ ୨୦୧୦ରେ ପାକିସ୍ତାନରେ ହୋଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ପାକିସ୍ତାନରେ ଭେଟିଥିଲେ ହଲିଉଡ୍‌ର ଏହି ଆଗଧାଡ଼ିର ଅଭିନେତ୍ରୀ। ୨୦୦୫ ଭୂକମ୍ପ ସମୟରେ ମଧ୍ୟ ସେ ଇସ୍‌ଲାମାବାଦ୍‌ ଆସିଥିବା ଇଣ୍ଟରନ୍ୟାଶନାଲ ରେସ୍କ୍ୟୁ କମିଟି ପକ୍ଷରୁ କୁହାଯାଇଛି।

Share