Categories: ଖେଳ

ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ବଡ଼ ଘୋଷଣା: ଦଳରେ ଯୋଗଦେବେ ଅଲ୍‌ରାଉଣ୍ଡର ମାଥ୍ୟୁସ ଏବଂ ପେସ୍‌ ବୋଲର ଚାମିରା

ନୂଆଦିଲ୍ଲୀ,୧୯ା୧୦: ଭେଟେରାନ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଏବଂ ପେସ୍‌ ବୋଲର ଦୁଷ୍ମନ୍ଥ ଚାମିରା ଶୁକ୍ରବାର ଶ୍ରୀଲଙ୍କା ଦଳରେ ଯୋଗଦେବେ। ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଗୁରୁବାର ଏହା ଘୋଷଣା କରିଛି। ଉଭୟ ମାଥ୍ୟୁସ ଓ ଚାମିରା ଗତଥର ଜୁନ୍‌ ମାସରେ ଆଫଗାନିସ୍ତାନ ବିପକ୍ଷରେ ଏକ ଅନ୍ତର୍ଜାତୀୟ ଦିନିକିଆ ସିରିଜ ଖେଳିଥିଲେ।

୩୬ ବର୍ଷୀୟ ମାଥ୍ୟୁସ ହେଉଛନ୍ତି ଜଣେ ଭେଟେରାନ ଖେଳାଳି। ସେ ୨୧୧ ମ୍ୟାଚ୍‌ ଖେଳି ପାଖାପାଖି ୬୦୦୦ ରନ୍‌ ସଂଗ୍ରହ କରିଥିବା ବେଳେ ୧୨୦ ଉଇକେଟ ଅକ୍ତିଆର କରିଛନ୍ତି। ୩୧ ବର୍ଷୀୟ ଡାଡାଣହାତୀ ପେସ୍‌ ବୋଲର ଚାମିରା ୪୪ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା ବେଳେ ୫୦ ଉଇକେଟ ଅକ୍ତିଆର କରିଛନ୍ତି। ଚଳିତ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏହାର ପରବର୍ତ୍ତୀ ମ୍ୟାଚ ଅକ୍ଟୋବର ୨୧ରେ ନେଦରଲାଣ୍ଡ୍ସ ଖେଳିବ। ଏହି ଦୁଇ ଖେଳାଳିଙ୍କୁ ରିଜର୍ଭ ଖେଳାଳି ଭାବେ ରଖାଯାଇଛି।

Share