Categories: ଜାତୀୟ

ରାଗିଲେ ଦିଦି, ଭାଷଣ ଦେବାକୁ ମନା କଲେ

କୋଲକାତା,୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଳନ ଅବସରରେ ଭିକ୍ଟୋରିଆ ମେମୋରିଆଲ ପରିସରରେ ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେବାକୁ ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିଦେଇଛନ୍ତି। ସମାରୋହରେ ଉପସ୍ଥିତ କିଛି ଲୋକ ନାରାବଜି କରିବାରୁ ସେ ଭାଷଣ ବର୍ଜନ କରିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ କିଛି ମର୍ଯ୍ୟାଦା ରହିବା ଦରକାର। ଏହି ନାରାବାଜିକୁ ପ୍ରତିବାଦ କରି ଭାଷଣ ଦେବେ ନାହିଁ ବୋଲି କହିଲେ।

Share