‘ଅଙ୍ଗୁର ଭାବି’ରେ ଅଭିନୟ ପୂର୍ବରୁ ଅଭିନେତ୍ରୀ ରଖିଥିଲେ ଏହି ସର୍ତ୍ତ

ମୁମ୍ବାଇ: ଛୋଟପରଦାର ଜଣାଶୁଣା ଅଭିନେତ୍ରୀ ଶିଳ୍ପା ଶିନ୍ଦେ ନିଜର ସୁନ୍ଦର ଅଭିନୟ ପାଇଁ ‘ଅଙ୍ଗୁର ଭାବି’ ଭାବେ ଘରେ ଘରେ ପରିଚିତ। ‘ଭାବିଜୀ ଘର ପର ହୈ’ ସିରିୟଲ ତାଙ୍କର ବେଶ୍‌ ଲୋକପ୍ରିୟ। ଆଜି ବି ଲୋକେ ଶିଳ୍ପାଙ୍କ ଅଭିନୟ ଦେଖିବାକୁ ଚାହିଁ ବସିଛନ୍ତି। ମାତ୍ର ଶିଳ୍ପା ଏହି ସିରିୟଲ ଛାଡ଼ିବା ୫ ବର୍ଷ ହୋଇଗଲାଣି। କିନ୍ତୁ ଲୋକେ ତାଙ୍କ ଅଭିନୟ ଭୁଲିନାହାନ୍ତି। ଟିଭି ଶୋ’ର ନିର୍ମାତାଙ୍କ ଉପରେ ଶିଳ୍ପା ଅସଦାଚରଣ ଅଭିଯୋଗ ଆଣିଥିଲେ। ଏହା ପରେ ସେ ସିରିୟଲ ଛାଡ଼ିଥିଲେ। ଶିଳ୍ପା କୁଆଡ଼େ ତାଙ୍କ ଶୋ’ରେ ଏକ ଡାଏଲଗ କହିବାକୁ ସବୁବେଳେ ଚାହୁଁଥିଲେ। ଯାହା ସେ ନିର୍ମାତାଙ୍କୁ କହିଥିଲେ। ଆଜି ବି ଶିଳ୍ପା ତାଙ୍କର ଡାଏଲଗ ‘ସହି ପକ୍‌ଡେ ହୈ’ ପାଇଁ ଜଣାଶୁଣା। ତାଙ୍କର ଏହି ଡାଏଲଗ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ। ନିର୍ମାତାଙ୍କୁ ସେ ଏହି ଡାଏଲଗ ଶୋ’ରେ ରଖିବାକୁ କହିଥିଲେ। ନିର୍ମାତା ରାଜି ହେବା ପରେ ସେ ଚୁକ୍ତିନାମା ସ୍ବାକ୍ଷର କରିଥିଲେ।

Share