Categories: ଫୁରସତ

ହଠାତ୍‌ ହିଂସ୍ର ହୋଇଉଠିଲା ପୋଷା ବିଲେଇ, ମାଲିକଙ୍କୁ ସିଂହ ପରି କଲା ଆକ୍ରମଣ, ଭିଡିଓ ଦେଖିଲେ…

ପୋଷା ପଶୁପକ୍ଷୀ ମଣିଷଙ୍କ ପାଇଁ ଏକାନ୍ତ ନିଜର। ମାଲିକମାନେ ସେମାନଙ୍କର ପୋଷା କୁରୁର ହେଉ କି ବିଲେଇ ଏମାନଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି। କିନ୍ତୁ ବେଳେବେଳେ ଏହି ପୋଷା ପ୍ରାଣୀମାନେ ଜାଣନ୍ତି ନାହିଁ ଯେ ସେମାନେ କିପରି ହିଂସ୍ର ହୁଅନ୍ତି। ସେମାନେ ଆକ୍ରମଣ କରିବାକୁ ଦ୍ୱିଧା କରନ୍ତି ନାହିଁ। ଆଜିକାଲି ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ ବିଲେଇ ତା’ର ମାଲିକଙ୍କୁ ଆକ୍ରମଣ କରୁଛି। ଠିକ୍‌ ଏକ ଭୋକିଲା ସିଂହ ପରି। ସେ ନିଜ ମାଲିକଙ୍କୁ ଘର ସାରା ରାଗରେ ଗୋଡ଼ାଉଛି।

@crazyclipsonly ନାମକ ଏକ ଟୁଇଟର ପେଜ୍‌ରେ ଭିନ୍ନ ଭିନ୍ନ ଭିଡିଓ ଶେୟାର କରାଯାଇଥାଏ। ଏବେ ନିକଟରେ ଏହି ଆକାଉଣ୍ଟରେ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ଏକ ବିଲେଇ ଏହାର ମାଲିକ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ଭିଡିଓ ଶେୟାର କରି ଏଥିରେ କ୍ୟାପଶନ ଲେଖାଯାଇଛି,ବିଲେଇଟି ବିନା କାରଣରେ ମାଲିକଙ୍କୁ ହଠାତ୍‌ ଆକ୍ରମଣ କରୁଛି।

ଭାଇରାଲ ଭିଡିଓରେ ଏକ ଲାଲ୍‌ ରଙ୍ଗର ଟି-ଶର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ବିଲେଇ ସହ ନଜର ଆସିଛନ୍ତି। କୋଠରିରେ ଜଣେ ମହିଳା ମଧ୍ୟ ଅଛନ୍ତି। ହଠାତ୍‌ ତାଙ୍କ ପୋଷା ବିଲେଇ ମାଲିକଙ୍କ ଉପରେ ଆକ୍ରମଣ କରୁଛି।ବିଲେଇ ବ୍ୟକ୍ତିଙ୍କର ଗୋଡ଼ ଧରିଥାଏ। ତା’ପରେ କାମୁଡ଼ିବାକୁ ଉଦ୍ୟତ ହୁଏ। ବ୍ୟକ୍ତି ଜଣକ ଭୟଭୀତ ହୋଇ ଘର ଭିତରେ ଦୌଡ଼ିବାକୁ ଲାଗୁଛନ୍ତି। କିନ୍ତୁ ବିଲେଇ ତାଙ୍କୁ ଛାଡ଼ିବାକୁ ନାରାଜ। ସେ ବି ତାଙ୍କ ପଛେ ପଛେ କାମୁଡ଼ିବାକୁ ଦୌଡ଼ୁଛି। ପାଖରେ ଠିଆ ହୋଇଥିବା ମହିଳା ଜଣକ ଭୟଭୀତ ହୋଇ ଟେବୁଲ ଉପରେ ଚଢ଼ି ଏକ ବକ୍ସରେ ବିଲେଇକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି।

ଏହି ଭିଡିଓଟି ୩ କୋଟିରୁ ଅଧିକ ଭ୍ୟୁ ପାଇଥିବା ବେଳେ ଅନେକ ଲୋକ ମନ୍ତବ୍ୟ ଜରିଆରେ ନିଜ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଡ୍ରୟାର ସ୍ଲାଇଡ୍‌ ଶବ୍ଦ ଦ୍ୱାରା ବିଲେଇ ହୁଏତ ଉତ୍ତେଜିତ ହୋଇଥାଇପାରେ। ଆଉ ଜଣେ କହିଛନ୍ତି, ସେ ଏକ କୁକୁର ରଖିବାର ଏକ କାରଣ। ଅନ୍ୟ ଜଣେ କହିଛନ୍ତି, ଆଜିକାଲି ବହୁତ ଶୁଣିବାକୁ ମିଳୁଛି ଲୋକମାନେ ବିଲେଇ ଆକ୍ରମଣରେ ଗୁରୁତର ହେଉଛନ୍ତି।

Share